ମାଇକ୍ରୋସଫ୍ଟର ବଡ଼ ଘୋଷଣା, ବନ୍ଦ ହୋଇଯିବ ଭିଡିଓ କଲିଂ ଆପ୍ Skype
ନୂଆଦିଲ୍ଲୀ: ଗତ ଦୁଇ ଦଶନ୍ଧି ଧରି ଇଣ୍ଟରନେଟ କଲିଂ ସେବା ଯୋଗାଇ ଆସୁଥିବା ସ୍କାଇପ୍(Skype)କୁ ବନ୍ଦ କରିବାକୁ ଯାଉଛି ମାଇକ୍ରୋସୋଫ୍ଟ । ସ୍କାଏପିର ଦୁଇ ଦଶନ୍ଧୀର ଯୁଗର ଅବସାନ ଘଟାଇ ଆସୁଛି ମାଇକ୍ରୋସଫ୍ଟ ଟିମ୍ସ। ମେ ୫ ତାରିଖରୁ ସ୍କାଏପି ଆପ୍ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ମାଇକ୍ରୋସଫ୍ଟ ଘୋଷଣା କରିଛି।
ଏନେଇ କମ୍ପାନୀ କହିଛି "ଆମର ମାଗଣା ଗ୍ରାହକ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଏବଂ ଗ୍ରାହକଙ୍କ ଆବଶ୍ୟକତା ସହିତ ସହଜରେ ଖାପ ଖୁଆଇପାରିବା ପାଇଁ, ଆମେ ମେ ୨୦୨୫ରେ Skype ବନ୍ଦ କରି ଆମର ଆଧୁନିକ ଯୋଗାଯୋଗ ଏବଂ ସହଯୋଗ ହବ୍ Microsoft Teams (ମାଗଣା) ଉପରେ ଧ୍ୟାନ ଦେବୁ।" ତା ସହିତ ସ୍କାଏପିରେ ଥିବା ଡାଟାକୁ ମାଇକ୍ରୋସଫ୍ଟ ଟିମ୍କୁ ସ୍ଥାନାନ୍ତର କରାଯିବ ବୋଲି କମ୍ପାନୀ ବ୍ଲଗ୍ପୋଷ୍ଟରେ ଲେଖି ସୂଚନା ଦେଇଛି।

ମାଇକ୍ରୋସଫ୍ଟ ଆଗାମୀ ତିନି ମାସ ମଧ୍ୟରେ ଧୀର ଧୀରେ ସ୍କାଏପିରୁ ଟିମ୍ସକୁ ପରିବର୍ତ୍ତନ ହେବ। ତେବେ ସ୍କାଏପି ଓ ଟିମ୍ସ ଏକାଧିକ ଫିଚର ସମାନ ରହିଛି। ତେବେ ଟିମ୍ସରେ ଆଉ କିଛି ଅତ୍ୟାଧୁନିକ ସୁବିଧା ଦିଆଯାଇଛି ବୋଲି କମ୍ପାନୀ କହିଛି।












Click it and Unblock the Notifications