ବଢିଲା ଜିଏସଟି, ମହଙ୍ଗା ହେବ ପପକର୍ଣ୍ଣ

ନୂଆଦିଲ୍ଲୀ : ଫିଲ୍ମ ହଲରେ ଫିଲ୍ମ ଦେଖିବାବେଳେ ଆମ ସମସ୍ତଙ୍କର ପପକର୍ଣ୍ଣ ଲୋଡା ପଡେ। କାରଣ ହଲରେ ପପକର୍ଣ୍ଣ ଟିକିଏ ଖିଆ ନହେଲେ ଫିଲ୍ମ ଦେଖା ଅଧୁରା ଅଧୁରା ଲାଗେ। ସିଙ୍ଗଲ ସ୍କ୍ରିନ ଥିଏଟର ଅପକ୍ଷା ମଲଟିପ୍ଲେକ୍ସରେ ପପକର୍ଣ୍ଣ ବେଶ ମହଙ୍ଗା ଥାଏ । କିନ୍ତୁ ଏବେ ଏହା ଆହୁରି ବଢିଯିବ। କାରଣ କେନ୍ଦ୍ର ସରକାର ଏବେ ପପକର୍ଣ୍ଣ ଉପରେ ଜିଏସଟି ଆହୁରି ବଢାଇଦେଇଛନ୍ତି। ଆଜି ଅର୍ଥାତ ଶନିବାର ରାଜସ୍ଥାନର ଜୟସେଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ୟୁଜଡ୍ ଇଲେକ୍ଟ୍ରିକ୍ ଯାନ ଉପରେ ଲାଗୁ ଜିଏସଟିକୁ ନେଇ ସଂଦେହ ଦୂର କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜର ଇଭିକୁ ଆଉ ଜଣେ ବ୍ୟକ୍ତିଙ୍କୁ ବିକିଲେ ତାହା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ । କିନ୍ତୁ ଯଦି କୌଣସି କମ୍ପାନି ୟୁଜଡ୍ ଇଭି ବିକ୍ରକରେ ତେବେ ତାହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ ।

pop corn GST

ଏହି ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସାଧାରଣ ଲୁଣ ଏବଂ ମସଲାରେ ପ୍ରସ୍ତୁତ ପପକର୍ଣ୍ଣ, ଯଦି ତାହାର ଲେବଲଯୁକ୍ତ ପ୍ୟାକିଂ ନଥାଏ, ତେବେ ତା'ଉପରେ ୫% ଜିଏସଟି ଆଦାୟ କରାଯିବ। ସେହିପରି ଏହାକୁ ପ୍ୟାକେଜ୍ ଓ ଲେବଲ୍ କଲେ ଏହି ହାର ୧୨% ରହିବ।

ସେହିପରି କାରାମେଲରୁ ପ୍ରସ୍ତୁତ ହୋଇଥିବା ପପକର୍ଣ୍ଣକୁ ଚିନି ମିଠା ଶ୍ରେଣୀରେ ରଖାଯାଇଛି ଏବଂ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ଅନ୍ଯପକ୍ଷରେ ଫୋର୍ଟିଫାଏଡ ରାଇସ ଉପରେ ଲାଗୁ ଜିଏସଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି ।

ଅନ୍ୟପକ୍ଷରେ ୟୁଜଡ୍ ଇଲେକ୍ଟ୍ରିକ୍ ଯାନ ଉପରେ ଲାଗୁ ଜିଏସଟିକୁ ନେଇ ସଂଦେହ ଦୂର କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜର ଇଭିକୁ ଆଉ ଜଣେ ବ୍ୟକ୍ତିଙ୍କୁ ବିକିଲେ ତାହା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ । କିନ୍ତୁ ଯଦି କୌଣସି କମ୍ପାନି ୟୁଜଡ୍ ଇଭି ବିକ୍ରକରେ ତେବେ ତାହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+