ମୋବାଇଲ ଗେମିଂ କମ୍ପାନୀରେ ରୋବୋ ସିଇଓ ନିଯୁୁକ୍ତ, ଜାଣନ୍ତୁ କେଉଁଠି
ଚୀନର ଏକ ମୋବାଇଲ ଗେମ୍ କମ୍ପାନୀରେ ଏକ ମହିଳା ରୋବୋ ସିଇଓଙ୍କୁ ନିଯୁକ୍ତ କରାଯାଇଛି। ଏହି କଥା ଆପଣଙ୍କୁ କାହାଣୀ ଭଳି ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ୍ୟ।
ବେଜିଂ : ଦିନକୁ ଦିନ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି ଟେକନୋଲୋଜି । ମଣିଷ ଜୀବନକୁ ଆହୁରି ସରଳ କରିବା ପାଇଁ ତିଆରି ହେଉଛି ଅନେକ ଟେକନୋଲୋଜି । କେଉଁଠି ଘର ସଫା କରିବା ପାଇଁ ରୋବର୍ଟ ବନିଲାଣି ତ କେଉଁଠି ରେସ୍ତୋରାଁରେ ଖାଦ୍ୟ ପରସିଲାଣି ରୋବର୍ଟ । ତେବେ ନିକଟରେ ଚୀନର ଏକ ମୋବାଇଲ ଗେମ୍ କମ୍ପାନୀରେ ଏକ ମହିଳା ରୋବୋ ସିଇଓଙ୍କୁ ନିଯୁକ୍ତ କରାଯାଇଛି। ଏହି କଥା ଆପଣଙ୍କୁ କାହାଣୀ ଭଳି ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ୍ୟ। କମ୍ପାନୀର ନାମ ନେଟ୍ଡ୍ରାଗନ୍ ୱେବ୍ସଫ୍ଟ । ଏହି ରୋବୋର ନାମ ତାଙ୍ଗ ୟୁ ବୋଲି ଜଣାପଡିଛି ।

ଚୀନ୍ର ପ୍ରସିଦ୍ଧ ଓ ଜଣାଶୁଣା ଅନଲାଇନ୍ ଗେମ୍ ଡେଭଲପର୍ ହେଉଛି ନେଟଡ୍ରାଗନ୍ ଓ୍ୱେବସଫ୍ଟ । ମଲ୍ଟିପ୍ଲେୟର ଅନଲାଇନ୍ ଗେମ୍ ଏବଂ ମୋବାଇଲ ଆପ୍ ପ୍ରସ୍ତୁତି ଓ ପରିଚାଳନା ପାଇଁ ଏହା ପୂର୍ବରୁ ପରିଚିତ। କମ୍ପାନୀର ମୁଖ୍ୟ ଡିଭିଜନ୍ ଫୁଜିଆନ୍ ନେଟଡ୍ରାଗନ୍ ଓ୍ୱେବସଫ୍ଟରେ ସିଇଓ ଭାବେ ତାଙ୍କୁ ନିଯୁକ୍ତି ମିଳିଛି ।ଏହି ରୋବୋ ଅଧିକ ପ୍ରଭାବଶାଳୀ ରିସ୍କ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ ପ୍ରଦାନ କରିବ । ମ୍ୟାନେଜିଙ୍ଗ ବୋର୍ଡ ପାଇଁ ରିୟଲ୍-ଟାଇମ୍ ଡାଟା ସେଣ୍ଟର ଓ ଆନାଲିଟିକ୍ସ ଟୁଲ୍ ଭାବେ ମଧ୍ୟ ଏହାକୁ ବ୍ୟବହାର କରାଯିବ। କର୍ମଚାରୀଙ୍କ ପାଇଁ ଉତ୍ତମ ୱାର୍କିଂ ଏନଭାର୍ମେଣ୍ଟ ଦେବା ମଧ୍ୟ ଏହି ରୋବୋର କର୍ତ୍ତବ୍ୟ ।
ମାନବ ରୋବୋ ତାଙ୍ଗ ୟୁକୁ ସିଇଓ ରୂପେ ନିଯୁକ୍ତି ମିଳିବା ଦ୍ବାରା କମ୍ପାନୀ ଭଲ କରିବା ନେଇ ଆଶା ରଖିଛି। କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତରେ ରଣନୀତିକ ଅବିବୃଦ୍ଧିକୁ ଆଗକୁ ନେବାରେ ସହାୟକ ହେବ ଏହି ରୋବୋ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications