For Quick Alerts
Turn On Notification  
For Daily Alerts
Oneindia App Download

ମୋବାଇଲ ଗେମିଂ କମ୍ପାନୀରେ ରୋବୋ ସିଇଓ ନିଯୁୁକ୍ତ, ଜାଣନ୍ତୁ କେଉଁଠି

ଚୀନର ଏକ ମୋବାଇଲ ଗେମ୍‌ କମ୍ପାନୀରେ ଏକ ମହିଳା ରୋବୋ ସିଇଓଙ୍କୁ ନିଯୁକ୍ତ କରାଯାଇଛି। ଏହି କଥା ଆପଣଙ୍କୁ କାହାଣୀ ଭଳି ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ୍ୟ।

|

ବେଜିଂ : ଦିନକୁ ଦିନ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି ଟେକନୋଲୋଜି । ମଣିଷ ଜୀବନକୁ ଆହୁରି ସରଳ କରିବା ପାଇଁ ତିଆରି ହେଉଛି ଅନେକ ଟେକନୋଲୋଜି । କେଉଁଠି ଘର ସଫା କରିବା ପାଇଁ ରୋବର୍ଟ ବନିଲାଣି ତ କେଉଁଠି ରେସ୍ତୋରାଁରେ ଖାଦ୍ୟ ପରସିଲାଣି ରୋବର୍ଟ । ତେବେ ନିକଟରେ ଚୀନର ଏକ ମୋବାଇଲ ଗେମ୍‌ କମ୍ପାନୀରେ ଏକ ମହିଳା ରୋବୋ ସିଇଓଙ୍କୁ ନିଯୁକ୍ତ କରାଯାଇଛି। ଏହି କଥା ଆପଣଙ୍କୁ କାହାଣୀ ଭଳି ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ୍ୟ। କମ୍ପାନୀର ନାମ ନେଟ୍‌ଡ୍ରାଗନ୍‌ ୱେବ୍‌ସଫ୍ଟ । ଏହି ରୋବୋର ନାମ ତାଙ୍ଗ ୟୁ ବୋଲି ଜଣାପଡିଛି ।

 ROBO CEO

ଚୀନ୍‌ର ପ୍ରସିଦ୍ଧ ଓ ଜଣାଶୁଣା ଅନଲାଇନ୍‌ ଗେମ୍‌ ଡେଭଲପର୍‌ ହେଉଛି ନେଟଡ୍ରାଗନ୍‌ ଓ୍ୱେବସଫ୍ଟ । ମଲ୍ଟିପ୍ଲେୟର ଅନଲାଇନ୍‌ ଗେମ୍‌ ଏବଂ ମୋବାଇଲ ଆପ୍‌ ପ୍ରସ୍ତୁତି ଓ ପରିଚାଳନା ପାଇଁ ଏହା ପୂର୍ବରୁ ପରିଚିତ। କମ୍ପାନୀର ମୁଖ୍ୟ ଡିଭିଜନ୍‌ ଫୁଜିଆନ୍‌ ନେଟଡ୍ରାଗନ୍‌ ଓ୍ୱେବସଫ୍ଟରେ ସିଇଓ ଭାବେ ତାଙ୍କୁ ନିଯୁକ୍ତି ମିଳିଛି ।ଏହି ରୋବୋ ଅଧିକ ପ୍ରଭାବଶାଳୀ ରିସ୍କ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ ପ୍ରଦାନ କରିବ । ମ୍ୟାନେଜିଙ୍ଗ ବୋର୍ଡ ପାଇଁ ରିୟଲ୍‌-ଟାଇମ୍‌ ଡାଟା ସେଣ୍ଟର ଓ ଆନାଲିଟିକ୍ସ ଟୁଲ୍‌ ଭାବେ ମଧ୍ୟ ଏହାକୁ ବ୍ୟବହାର କରାଯିବ। କର୍ମଚାରୀଙ୍କ ପାଇଁ ଉତ୍ତମ ୱାର୍କିଂ ଏନଭାର୍ମେଣ୍ଟ ଦେବା ମଧ୍ୟ ଏହି ରୋବୋର କର୍ତ୍ତବ୍ୟ ।

ମାନବ ରୋବୋ ତାଙ୍ଗ ୟୁକୁ ସିଇଓ ରୂପେ ନିଯୁକ୍ତି ମିଳିବା ଦ୍ବାରା କମ୍ପାନୀ ଭଲ କରିବା ନେଇ ଆଶା ରଖିଛି। କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତରେ ରଣନୀତିକ ଅବିବୃଦ୍ଧିକୁ ଆଗକୁ ନେବାରେ ସହାୟକ ହେବ ଏହି ରୋବୋ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
future is finally here and the world now has its first ‘Robot CEO’ as one metaverse company from China has decided to take the leap.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X