ସେୟାର ବଜାରରେ ବଡ଼ ବିପର୍ଯ୍ୟୟ, ୧୦୦୦ ପଏଣ୍ଟ୍‌ ଖସିଲା ସେନ୍‌ସେକ୍ସ

ଗତ କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାର ଉପର ମୁହାଁ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ପୁଣି ନିମ୍ନଗାମୀ ହୋଇଛି। ବୁଧବାର ଦିନ ଘରୋଇ ଷ୍ଟକ୍ ବଜାର ଗଭୀର ନାଲି ରଙ୍ଗରେ ଖୋଲିଥିଲା। ମଙ୍ଗଳବାରର ଲାଭ ପରେ ଏହା ଏକ ତୀବ୍ର ପରିବର୍ତ୍ତନକୁ ସୂଚିତ କରିଛି। ଗୁରୁବାର ଦିନ ମଧ୍ୟ ଭାରତୀୟ ସେୟାର୍‌ ବଜାର ନିମ୍ନଗାମୀ ରହିଛି।

ଗୁରୁବାର ଦିନ ପ୍ରାୟ ୧.୦୦ଟାରେ ବିଏସ୍‌ଇ ସେନସେକ୍ସ ୯୭୭.୫୦ ପଏଣ୍ଟ ହ୍ରାସ ପାଇ ୮୦,୬୧୯.୧୩ରେ ପହଞ୍ଚିଛି। ଯେତେବେଳେ କି ଏନ୍‌ଏସ୍‌ଇନିଫ୍ଟି ୫୦ ୨୯୫ ପଏଣ୍ଟ ହ୍ରାସ ପାଇ ୨୪, ୫୧୮.୪୫ରେ ପହଞ୍ଚିଛି।

Market crash

ସକାଳୁ ସକାଳୁ ମାର୍କେଟ ଖୋଲୁ ଖୋଲୁ ସେନସେକ୍ସ ଖସିଥିଲା। ଏହାର ୩ଟି ପ୍ରମୁଖ କାରଣ ରହିଛି। ଆମେରିକାରେ ବଢୁଛି ଋଣ। ଏହା ଦ୍ଵାରା ଆମେରିକାର ଆର୍ଥିକ ଅଭିବୃଦ୍ଧି ଖସିବ। ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବାର ଆଶଙ୍କା ଅଛି। ସେହିପରି ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବା ବଦଳରେ ବଢୁଛି ଉତ୍ତେଜନା।

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁଁ ଉତ୍ତେଜନ ବଢୁଛି। ଇରାନ ପ୍ରସଙ୍ଗ ମଧ୍ୟ ରହିଛି। ଏହା ବାଦ୍ ଘରୋଇ ମାର୍କେଟରେ ଏମିତି କିଛି ହେଉ ନାହିଁ, ଯାହା କି ମାର୍କେଟରୁ ଉପରକୁ ଉଠାଇବ। କେତେକ ବଡ଼ ବଡ଼ କମ୍ପାନିର ଷ୍ଟକ୍ ମୂଲ୍ୟ ମଧ୍ୟ ଅଧିକ ରହିଥିବା କହିଛନ୍ତି ବିଶେଷଜ୍ଞ। କେତେବେଳେ ବି ଏହା ଖସିପାରେ। ଏହି ସବୁ କାରଣରୁ ସେନସେକ୍ସ ଖସିଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+