Get Updates
Get notified of breaking news, exclusive insights, and must-see stories!

ମସ୍କଙ୍କୁ ପଛରେ ପକାଇଲେ ଜୁକ୍କରବର୍ଗ, ବିଶ୍ୱରେ ହେଲେ ତୃତୀୟ ଧନୀ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କୁ ପଛରେ ପକାଇ ଫେସ୍‌ବୁକ୍‌ର ମୂଳ କମ୍ପାନି ମେଟାର ପ୍ରତିଷ୍ଠାତା ମାର୍କ ଜୁକ୍କରବର୍ଗ ବିଶ୍ୱର ତୃତୀୟ ବୃହତ୍ ଧନୀ ବ୍ୟକ୍ତି ପାଲଟିଛନ୍ତି । ୨୦୨୦ ପରେ ପ୍ରଥମ ଥର ପାଇଁ ଜୁକ୍କରବର୍ଗ ଏହି ସ୍ଥାନ ହାସଲ କରିଛନ୍ତି । ବ୍ଲୁମ୍‌ବର୍ଗ ଅନୁସାରେ, ଏଲନ୍ ମସ୍କ ୧୮୧୦୦ କୋଟି ଡଲାର ବା ୧୫.୦୭ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନେଟ୍ ସମ୍ପତି ସହ ବିଶ୍ୱ ଧନୀ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି । ମାର୍ଚ୍ଚ ପ୍ରାରମ୍ଭରେ ଏହି ତାଲିକାରେ ସେ ପ୍ରଥମ ସ୍ଥାନରେ ଥିଲେ ।

ସେହିଭଳି ମାର୍କ ଜୁକ୍କରବର୍ଗଙ୍କ ନେଟ୍ ସମ୍ପରି ୧୮୭୦୦ କୋଟି ଡଲାର ର ବା ୧୫.୫୭ ଲକ୍ଷ କୋଟି ଟଙ୍କା ଙ୍କାରୁ ଅଧିକ ରହିଛି । ଏ ବର୍ଷ ଏଲନ୍ ମସ୍କଙ୍କ ସମ୍ପତ୍ତି ୪୮୪୦ କୋଟି ଡଲାର ବା ୪.୦୩ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ ଖସିଯାଇଛି । ଅନ୍ୟପକ୍ଷରେ, ଜୁକ୍କରବର୍ଗଙ୍କ ସମ୍ପତ୍ତି ୫୮୯୦ କୋଟି ଡଲାର ବା ୪.୯୦ ଲକ୍ଷ କୋଟି ଟଙ୍କାରୁ ରୁ ଅଧିକ ବଢ଼ିଛି । ଭାରତର କୌଣସି ଉଦ୍ୟୋଗପତି ତାଲିକାରେ ଶ୍ରେଷ୍ଠ ୧୦ ମଧ୍ୟରେ ନାହାନ୍ତି ।

mark zuckerberg amp amp elon musk

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ୧୧୨୦୦ କୋଟି ଡଲାର ବା ପ୍ରାୟ ୯.୩୨ ଲକ୍ଷ କୋଟି ଟଙ୍କାର ନେଟ୍ ସମ୍ପରି ସହ ୧୧ ତମ ସ୍ଥାନରେ ଅଛନ୍ତି । ସେହଭିଳି ଗୌତମ ଆଦାନି ୧୪ ତମ ସ୍ଥାନରେ ରହିଛନ୍ତି । । ତାଙ୍କ ନେଟ୍ ସମ୍ପତ୍ତି ୧୦୪୦୦ କୋଟି ଡଲା ଡଲାର ବା ୮.୬୬ ଲକ୍ଷ କୋଟି ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+