ବିଲ୍ ଗେଟ୍ସଙ୍କୁ ପଛରେ ପକାଇଲେ ଜୁକରବର୍ଗ
ନୂଆଦିଲ୍ଲୀ: ମେଟାର ତ୍ରୟୋ ମାସିକ ଫଳାଫଳ ପରେ, ଫେସବୁକର ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନିଟ୍ ମୂଲ୍ୟ ୨୮.୧ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି, ଯେଉଁ କାରଣରୁ ଏହାର ଅଂଶଧନ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମାର୍କ ଜୁକରବର୍ଗଙ୍କ ମୋଟ ମୂଲ୍ୟ ବର୍ତ୍ତମାନ ୧୭୦ ବିଲିୟନ ଡ଼ଲାରରେ ପହଞ୍ଚିଛି ଏବଂ ମାଇକ୍ରୋସଫ୍ଟର ବିଲ ଗେଟ୍ସଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ପହଁଞ୍ଚିଛନ୍ତି ।
ମେଟାର ତ୍ରୟ ମାସିକ ଫଳାଫଳ ୱାଲ୍ ଷ୍ଟ୍ରିଟ୍ ଆଶାଠାରୁ ଅଧିକ ରହିଛି । ଏହା ସହିତ, ଧନୀ ତାଲିକାରେ ଜୁକରବର୍ଗଙ୍କ ପୂର୍ବରୁ ଏଲୋନ୍ ମସ୍କ, ଜେଫ୍ ବେଜୋସ୍ ଏବଂ ବର୍ନାର୍ଡ ଆର୍ନାଲ୍ଟ ଟପ୍- ୩ ସ୍ଥାନରେ ଅଛନ୍ତି । ବିଲ ଗେଟ୍ସ ୧୪୫ ବିଲିୟନ ଡ଼ଲାର ସହିତ ବିଶ୍ୱର ୫ମ ସ୍ତାନକୁ ଖସି ଆସିଛନ୍ତି ।

ଜୁକରବର୍ଗଙ୍କ ସମ୍ପତ୍ତି ବୃଦ୍ଧିରେ ଏହା ଏକ ବଡ ପ୍ରତ୍ୟାବର୍ତ୍ତନ , ଯାହା ୨୦୨୨ ର ଶେଷ ଭାଗରେ ୩୫ ବିଲିୟନ ଡ଼ଲାରରୁ କମ୍ ହୋଇଯାଇଥିଲା କାରଣ ମୁଦ୍ରାସ୍ପୀତି ଏବଂ ସୁଧ ହାର ବୃଦ୍ଧି ହେତୁ ଟେକ୍ ଷ୍ଟକ ଗୁଡିକ ବହୁତ ମାତ୍ରାରେ ତଳକୁ ଖସିଥିଲା, ପରେ ଯାଇ ୨୦୨୩ ରେ ଏହା ଟ୍ରକକୁ ଫେରିଥିଲା । ଏହି ଫଳାଫଳ ଜୁକରବର୍ଗଙ୍କୁ ଅନ୍ୟ ଉପାୟରେ ମଧ୍ୟ ଉପକୃତ କରିବ । ନିବେଶକମାନଙ୍କ ପାଇଁ ସୋସିଆଲ ଫେସବୁକର ପ୍ରଥମ ଡିଭିଡେଣ୍ଡରୁ ସେ ବର୍ଷକୁ ପ୍ରାୟ ୭୦୦ ମିଲିୟନ ଡଲାରର ପେମେଣ୍ଟ ପାଇବାକୁ ଯାଉଛନ୍ତି ।
ମାର୍ଚ୍ଚରୁ କ୍ଳାସ୍ ଏ ଏବଂ ବି ସାଧାରଣ ଷ୍ଟକ୍ ପାଇଁ ମେଟା ଏକ ତ୍ରୈମାସିକ ନଗଦ ଡିଭିଡେଣ୍ଡ ଘୋଷଣା କରିଛି । ବ୍ରୁମବର୍ଗ ରିପୋର୍ଟ ଅନୁଯାୟୀ ଜୁକରବର୍ଗ ପ୍ରାୟ ୩୫୦ ନିୟୁତ ଶେୟାର ରଖୁଥିବାରୁ ସେ ଟ୍ୟାକ୍ସ, ପୂର୍ବରୁ ପ୍ରତ୍ୟେକ ତୈମାସିକରେ ପେମେଣ୍ଟର ପ୍ରାୟ ୧୭୫ ନିୟୁତ ଡଲାର ପାଇବେ ।












Click it and Unblock the Notifications