Get Updates
Get notified of breaking news, exclusive insights, and must-see stories!

ଜେଫ୍ ବେଜୋସଙ୍କୁ ପଛରେ ପକାଇ ଦ୍ୱିତୀୟ ଧନୀ ବ୍ୟକ୍ତି ହେଲେ ଲାରି ଏଲିସନ

ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ସ୍ଥାନ ହରାଇଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ । ଓରାକଲର ଲାରି ଏଲିସନ ବେଜୋସଙ୍କୁ ଟପି ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି । ଫୋର୍ବସ ୱାର୍ଲଡ ବିଲିୟନେୟାର ତାଲିକା ମୁତାବକ, ଏଲିସନଙ୍କ ନେଟୱର୍ଟ ୨୬ ବିଲିୟନ ବୃଦ୍ଧି ହେବା ଯୋଗୁ ଏହା ୨୪୩ ବିଲିୟନ ଡଲାର ଛୁଇଁଛି । କୌଣସି ଅରବପତିଙ୍କ ଗୋଟିଏ ଦିନରେ ଏହା ସର୍ବାଧିକ ସମ୍ପତ୍ତି ବୃଦ୍ଧି । ଏହି ବୃଦ୍ଧି ଯୋଗୁ ଏଲିସନ ଜେଫ୍‌ ବେଜୋସ (୨୨୭ ବିଲିୟନ ଡଲାର) ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ (୨୩୯ ବିଲିୟନ ଡଲାର)ଙ୍କୁ ପଛରେ ପକାଇ ଦେଇଛନ୍ତି ।

Larry Ellison

ଏହି ତାଲିକାର ପ୍ରଥମ ସ୍ଥାନରେ ଟେସଲା ସିଇଓ ଏଲନ ମସ୍କ ରହିଛନ୍ତି । ତାଙ୍କ ନିକଟରେ ୪୦୭.୩ ବିଲିୟନ ଡଲାରର ସମ୍ପତ୍ତି ରହିଛି । ଓରାକଲର ଲାଭରେ ଆଖିଦୃଶିଆ ବୃଦ୍ଧି ଯୋଗୁ ଏଲିସନଙ୍କ ସମ୍ପତ୍ତି ଏଭଳି ବୃଦ୍ଧି ହୋଇଛି । କମ୍ପାନିର ଷ୍ଟକ ମୂଲ୍ୟ ପ୍ରଥମ ଥର ଲାଗି ୨୦୦ ଡଲାର ଟପିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+