For Quick Alerts
Turn On Notification  
For Daily Alerts
Oneindia App Download

ଆପଣଙ୍କ ଆଧାର କାର୍ଡ ଅସଲି କିମ୍ବା ନକଲି ନେଇ ଦ୍ୱନ୍ଦରେ ଅଛନ୍ତି କି ? ଜାଣନ୍ତୁ କିପରି କରିବେ ଏହାର ଯାଞ୍ଚ

ଆପଣଙ୍କ ପାଖରେ ଥିବା ଆଧାରକାର୍ଡ କେତେ ଦୂର ଠିକ୍ ତାହ ମଧ୍ୟ ଯାଞ୍ଚ କରିନେବା ଆବଶ୍ୟକ । ଯଦି ଆପଣଙ୍କ ଆଧାର କାର୍ଡ ନକଲି ହୋଇଥାଏ ତେବେ ମଧ୍ୟ ଆପଣ ଉପରୋକ୍ତ ସୁବିଧାରୁ ବଞ୍ଚିତ ହେବେ ।ତେବେ ଜାଣନ୍ତୁ,କିପରି ଜାଣିବେ ଆପଣଙ୍କ ଆଧାରକାର୍ଡ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ

|

ଆଜିକାଲି ଆଧାରକାର୍ଡ ସାରା ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଭାବେ ପରିଗଣିତ ହେଉଛି । ସ୍କୁଲରେ ପିଲାଙ୍କର ନାମ ଲେଖା ଠାରୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ହେଉ କିମ୍ବା କୌଣସି ସରକାରୀ ଯୋଜନାର ସୁବିଧା ପାଇବା ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ । ତେଣୁ ଆମେ ସମସ୍ତେ ଆଧାର କାର୍ଡ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବା ସହ ସମସ୍ତଙ୍କର ଆଧାର କାର୍ଡ କରିବା ଜରୁରୀ । ନଚେତ୍ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହି ଆଧାର କାର୍ଡ ଭାରତ ସରକାରଙ୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଜାରି କରିଯାଉଥିବା ଆଧାର କାର୍ଡରେ କୌଣସି ବ୍ୟକ୍ତିଙ୍କର ଡେମୋଗ୍ରାଫିକ୍ ଏବଂ ବାୟୋମେଟ୍ରିକ୍ ସୂଚନା ରହିଥାଏ । ଏଥିସହିତ ଆପଣଙ୍କ ପାଖରେ ଥିବା ଆଧାରକାର୍ଡ କେତେ ଦୂର ଠିକ୍ ତାହ ମଧ୍ୟ ଯାଞ୍ଚ କରିନେବା ଆବଶ୍ୟକ । ଯଦି ଆପଣଙ୍କ ଆଧାର କାର୍ଡ ନକଲି ହୋଇଥାଏ ତେବେ ମଧ୍ୟ ଆପଣ ଉପରୋକ୍ତ ସୁବିଧାରୁ ବଞ୍ଚିତ ହେବେ । ତେବେ ଜାଣନ୍ତୁ, କିପରି ଜାଣିବେ ଆପଣଙ୍କ ଆଧାର କାର୍ଡ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ...

Aadhaar

ଆପଣଙ୍କ ଆଧାର କାର୍ଡ ଅସଲି କିମ୍ବା ନକଲି ଯାଞ୍ଚ କରିବେ କିପରି ?

ଆପଣ ଘରେ ବସି ଆପଣଙ୍କ ଆଧାର କାର୍ଡର ତଥ୍ୟ ସମ୍ପର୍କରେ ଜାଣିବା ସହ ଏହା ଅସଲି କିମ୍ବା ନକଲି ମଧ୍ୟ ପରଖୀ ପାରିବେ । ଜାଣନ୍ତୁ କିପରି କରିବେ ଏହାର ଯାଞ୍ଚ...

1. ଆପଣଙ୍କୁ ପ୍ରଥମେ ଏହି URL ଉପରେ କ୍ଲିକ୍ କରିବାକୁ ହେବ - https://resident.uidai.gov.in/aadhaarverification
2. ଏହି ଲିଙ୍କରେ କ୍ଲିକ୍ କରିବା ପରେ ଆପଣଙ୍କ ସାମ୍ନାରେ ଆଧାରର ଏକ ପେଜ୍ ଖୋଲିବ ।
3. ଏହା ପରେ My Aadhaarକୁ ଯାଇ Verify an Aadhaar Number ବିକଳ୍ପକୁ ଚୟନ କରନ୍ତୁ ।
4. ଏହା ପରେ ଏଥିରେ ଆପଣଙ୍କ 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରନ୍ତୁ ।
5. ଏହା ତଳେଥିବା CAPTCHA (ସୁରକ୍ଷା କୋଡ୍) ପ୍ରବେଶ କରନ୍ତୁ ।
6. ଏହା ପରେ Proceed To Verify ଉପରେ କ୍ଲିକ୍ କରନ୍ତୁ ।
7. ଯଦି ଆପଣଙ୍କର ଆଧାର ନମ୍ବର ସଠିକ୍ ଅଛି, ତେବେ ଏକ ନୂତନ ପୃଷ୍ଠା ଖୋଲିବ ।
8. ଯେଉଁଥିରେ ଆପଣ ଏକ ବାର୍ତ୍ତା ପାଇବେ ଯେ ଆପଣଙ୍କର ଆଧାର ନମ୍ବର 9908XXXXXXXX ପରି ଅଟେ ।
9. ଯଦି ଆପଣଙ୍କ ଆଧାର କାର୍ଡ ଠିକ୍ ଥିବ, ତେବେ ଆପଣଙ୍କର ବୟସ, ଲିଙ୍ଗ ଏବଂ ଠିକଣା ଦେଖିପାରିବେ ।
10. ଏହି ଉପାୟରେ ଆପଣ ଜାଣିପାରିବେ ଯେ ଆପଣଙ୍କର ଆଧାର କାର୍ଡ ପ୍ରକୃତ ନା ନକଲି ।

ଏହି ବ୍ୟତୀତ ଆପଣଙ୍କ ଆଧାର କାର୍ଡ କେବେ ଏବଂ କେଉଁଠି ବ୍ୟବହାର କରାଯାଇଛି ତାହାର ତଥ୍ୟ ମଧ୍ୟ ଆପଣ ଜାଣିପାରିବେ । ତେବେ ଜାଣନ୍ତୁ କିପରି କରିବେ ଏହାର ଯାଞ୍ଚ...

1. ପ୍ରଥମେ ଆପଣ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ - https://resident.uidai.gov.in/notification-aadhaar
2. ଆପଣଙ୍କର ଆଧାର ନମ୍ବର ପ୍ରବେଶ କରନ୍ତୁ ଏବଂ ଏହାର ତଳେ ଥିବା ବାକ୍ସରେ ସୁରକ୍ଷା କୋଡ୍ ଦିଅନ୍ତୁ ।
3. ଏହା ରେ OTP Generate ଉପରେ କ୍ଲିକ୍ କରନ୍ତୁ ।
4. ଆପଣଙ୍କ ରେଡିଷ୍ଟର ମୋବାଇଲ ନମ୍ବରକୁ ଆସିଥିବା OTPକୁ ଏଠାରେ ଦାଖଲ କରନ୍ତୁ ଏବଂ ପରବର୍ତ୍ତୀ ବିକଳ୍ପକୁ ଚୟନ କରନ୍ତୁ ।
6. ଏହା ସହିତ, ଆପଣଙ୍କୁ କାରବାରର ଅବଧି ଏବଂ ସଂଖ୍ୟା ମଧ୍ୟ ପୂରଣ କରିବାକୁ ପଡିବ ।
7. ଏହା ପରେ, ଆପଣ ମନୋନୀତ ତାରିଖ, ସମୟ ଏବଂ ଆଧାର ସମ୍ବନ୍ଧୀୟ ସମସ୍ତ ସୂଚନା ପାଇବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Your Aadhaar card may be Fake. Then Know hoe to check its genuine or not.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X