Gold Price In 1964: ଜାଣନ୍ତୁ ୧୯୬୪ରେ କେତେ ଥିଲା ସୁନା ମୂଲ୍ୟ

Gold Price History: ଆଜିକା ତାରିଖରେ ସୁନା ଦର ଦିନ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରାଚୀନ କାଳରୁ ଭାରତରେ ସୁନା ଚାହିଦା ରହିଛି, ସୁନା ରୂପା କିଣିବା ଏକ ଶୁଭ କାର୍ଯ୍ୟ ସହ ସମାନ ବୋଲି ବିବେଚନା କରାଯାଏ । ଆଜି ବି ଏହାର କ୍ରେଜ କମିନାହିଁ। ହେଲେ ଅତୀତ ତୁଳନାରେ ବର୍ତ୍ତମାନ ସମୟରେ ସୁନାର ମୂଲ୍ୟ ଆକାଶଛୁଆଁ ହୋଇଛି । ଆଜି ଭାରତରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା 71,743 ଟଙ୍କାରେ ପହଞ୍ଚିଛି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି ଏକ ସମୟ ଥିଲା ଯେତେବେଳେ ସୁନା ଦର ମାତ୍ର 100 ଟଙ୍କାରୁ ମଧ୍ୟ କମ୍ ଥିଲା।

1964 ପରଠାରୁ ସୁନା ମୂଲ୍ୟରେ ବହୁଗୁଣ ବୃଦ୍ଧି ଘଟିଛି । Bankbazaar.com ର ତଥ୍ୟ ଅନୁଯାୟୀ 1964 ମସିହାରେ ଭାରତରେ ସୁନା ମୂଲ୍ୟ 63.25 ଟଙ୍କା ଥିଲା। ଏଭଳି ପରିସ୍ଥିତିରେ, ଯଦି ଆମେ ସେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁନାର ମୂଲ୍ୟ ତୁଳନା କରିବା, ତେବେ ଏହାର ମୂଲ୍ୟରେ ବହୁ ପରିବର୍ତ୍ତନ ହୋଇଛି ।

old Price History In 1964

1964 ପରଠାରୁ ସୁନାର ମୂଲ୍ୟ ପ୍ରାୟ 1130 ଗୁଣ ମହଙ୍ଗା ହୋଇଛି । ସାଧାରଣତଃ ସୁନା ସମଗ୍ର ବିଶ୍ୱରେ ସର୍ବୋତ୍ତମ ଇନଭେଷ୍ଟମେଣ୍ଟ ବିକଳ୍ପ ଭାବରେ ବିବେଚନା କରାଯାଏ । ଅନେକ ଲୋକ ସୁନାରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି ।

ରେକର୍ଡ ଅନୁସାରେ, 1970 ମସିହାରେ ସୁନାର ମୂଲ୍ୟ 184 ଟଙ୍କା, 1980 ମସିହାରେ ଏହା 1330 ଟଙ୍କା, 1990 ମସିହାରେ ଏହା 3200 ଟଙ୍କା, 2000 ମସିହାରେ ଏହା 4,400 ଟଙ୍କା, 2010 ମସିହାରେ ଏହା 18,500 ଟଙ୍କା ଏବଂ 2020 ବର୍ଷ ସୁନା ମୂଲ୍ୟ 10 ଗ୍ରାମକୁ 48,651 ଟଙ୍କା ରେ ପହଞ୍ଚିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+