For Quick Alerts
Turn On Notification  
For Daily Alerts
Oneindia App Download

ଦୈନନ୍ଦିନ ଜୀବନକୁ ସରଳ କରୁଥିବା କେତେକ ମୋବାଇଲ ଆପ୍ଲିକେସନ୍

ବାହାରକୁ ବୁଲିବାକୁ ଯିବା, ଆପଣଙ୍କ ଲୋକେସନ୍ ସେୟାର କରିବା ଇତ୍ୟାଦି କାମ ପାଇଁ ଆମେ ସାଧାରଣତଃ ଅନେକ କାର୍ଯ୍ୟ ପାଇଁ ମଧ୍ୟ ଗୁଗୁଲ ସର୍ଚ୍ଚ କରିଥାନ୍ତି । ତେବେ ଏଥିରୁ ମୁକ୍ତି ପାଇ ଏହି ସବୁ ସୁବିଧା ପାଇବା ନେଇ ଆମେ ଆପଣଙ୍କୁ କହିବୁ କେତେକ ଆପ୍ ବିଷୟରେ ।

|

ଆଜିକାଲି ସମସ୍ତେ ପ୍ରାୟ ମୋବାଇଲ ବ୍ୟବହାର କରୁଛନ୍ତି । ବାହାରକୁ ବୁଲିବାକୁ ଯିବା, ଆପଣଙ୍କ ଲୋକେସନ୍ ସେୟାର କରିବା ଇତ୍ୟାଦି କାମ ପାଇଁ ଆମେ ସାଧାରଣତଃ ଇଣ୍ଟରନେଟର ସାହାଯ୍ୟ ଲୋଡ଼ିଥାନ୍ତି । ଏହା ବ୍ୟତୀତ ଅନେକ କାର୍ଯ୍ୟ ପାଇଁ ମଧ୍ୟ ଆମେ ଗୁଗୁଲ ସର୍ଚ୍ଚ କରିଥାନ୍ତି । ତେବେ ଏଥିରୁ ମୁକ୍ତି ପାଇ ଏହି ସବୁ ସୁବିଧା ପାଇବା ନେଇ ଆମେ ଆପଣଙ୍କୁ କହିବୁ କେତେକ ଆପ୍ ବିଷୟରେ । ଯାହାକି ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁ ସହାୟକ ହୋଇପାରିବ । ତେବେ ଜାଣନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ଆପ୍ ବିଷୟରେ ...

Application

Manything ଆପ୍ ବିଷୟରେ ଜାଣନ୍ତୁ...

ଆପଣଙ୍କ ଫୋଲନରେ ଅହି ଆପ୍ କୁ ଡାଉନଲୋଡ୍ କରିବାକୁ ପଡିବ । ଏହା ଆପଣଙ୍କ ଫୋନରେ ଏକ ସିସିଟିଭି କ୍ୟାମେରା ପରି କାମ କରିବ । ଏଥିପାଇଁ ଫୋନରେ ୱାଇ-ଫାଇ ରହିବା ଆବଶ୍ୟକ । ଏହି ମେନିଥିଙ୍ଗ ଆପ୍ ସେବା ସମ୍ପୂର୍ଣ୍ଣ ମାଗଣା । ଏହି ଆପ୍ ମାଧ୍ୟମରେ ସେହି ସ୍ଥାନର ଗତିବିଧି ଏବଂ ସାଉଣ୍ଡ ବିଷୟରେ ଜଣାପଡ଼ିଥାଏ । ଏହା ବ୍ୟତୀତ, ଯେତେବେଳେ କିଛି ଅସ୍ୱାଭାବିକ ପରିସ୍ଥିତି ହେଲେ ଏହି ଆପ୍ ଆପଣଙ୍କୁ ଆଲର୍ଟ ପଠାଇଥାଏ । ଏହି ଆପ୍ ଜରିଆରେ ଆପଣ ନିଜର ମୁଖ୍ୟ ହ୍ୟାଣ୍ଡସେଟରେ କଏଦ ହୋଇଥିବା ଲାଇଭ୍ ଷ୍ଟ୍ରିମ୍ ବିଷୟରେ ଏକ ସ୍ପଷ୍ଟ ଦୃଶ୍ୟ ପାଇପାରିବେ ।

ପ୍ରୋଟନ୍ ଭିପିଏନ୍ ମଧ୍ୟ ଏକ ଭଲ ଆପ୍

ଆଣ୍ଡ୍ରଏଡ୍ ପାଇଁ ଅନେକ VPN ସେବା ଅଛି । କିନ୍ତୁ ପ୍ରୋଟନ୍ VPN ଆପ୍ ଜରିଆରେ ଆପଣ ବିନା କୌଣସି ବ୍ୟାଣ୍ଡୱିଡଥ୍ ସୀମା ମଧ୍ୟରେ ମାଗଣାରେ ବ୍ୟବହାର କରିପାରିବେ । ଏହା ସୁରକ୍ଷା ଏବଂ ଗୋପନୀୟତା ଉପରେ ଅଧିକ ଧ୍ୟାନ ଦେଇଥାଏ । ଏହା ଆପଣଙ୍କ କାର୍ଯ୍ୟକଳାପକୁ ଟ୍ରାକ୍ କରେ ନାହିଁ କିମ୍ବା ରେକର୍ଡ କରେ ନାହିଁ । ଏହା ଆପଣଙ୍କୁ ବିଶ୍ୱବ୍ୟାପୀ ଶହ ଶହ ସର୍ଭର ଯୋଗାଇଥାଏ । ଏହାର 'ସୁରକ୍ଷିତ କୋର୍' ଆପଣଙ୍କର ଗୋପନୀୟତା ବଜାୟ ରଖେ ।

Ava-24/7 Accessibility

Ava ଏପରି ଏକ ଆପ୍ ଯାହା କମ୍ ଶୁଣିପାରୁଥିବା ଥିବା ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ସାମ୍ନାରେ ଥିବା ବ୍ୟକ୍ତି କହୁଥିବା କଥାକୁ ସ୍କ୍ରିନରେ ଦେଖାଇଥାଏ । ଆପଣ ଯଦି କୌଣସି ବଧୀର କିମ୍ବା କମ୍ ଶୁଣିପାରୁଥିବା ବ୍ୟକ୍ତି ସହ କଥା ହେଉଛନ୍ତି, ତେବେ ଆପଣ ଏହି ଆପ୍ ଜରିଆରେ ତାହାର ପାଠ୍ୟ ସଂସ୍କରଣ କରି ଦେଖାଇପାରିବେ ।

Cerberus Personal Safty

ସର୍ବେରସ୍ ବ୍ୟକ୍ତିଗତ ସୁରକ୍ଷା ଏକ ଅତ୍ୟନ୍ତ ଆକର୍ଷଣୀୟ ଆପ୍ । ଏହା ମାଧ୍ୟମରେ ଆପଣ ଆପଣଙ୍କର ସାଙ୍ଗ ଏବଂ ପରିବାର ସହିତ ରିଅଲ୍-ଟାଇମ୍ ଲୋକେସନ୍ ସେୟାର କରିପାରିବେ । ଏଥିରେ ଏକ ମ୍ୟାପ୍ ବ୍ରାଉଜର ରହିଛି ଯାହାକି ଆପଣଙ୍କ ଲୋକ୍ସନକୁ ଟ୍ରାକ୍ କରିପାରେ ।

TravelSafe : ଭ୍ରମଣ ଉପଯୋଗୀ ଆପ୍

ବିଶେଷକରି ଯେତେବେଳେ ଆପଣ ବିଦେଶ ଭ୍ରମଣ କରିବାକୁ ଯାଉଛନ୍ତି, ଟ୍ରାଭେଲ୍ ସେଫ୍ ଆପ୍ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ଏଥିରେ ବିଶ୍ୱର ସମସ୍ତ ଜରୁରୀକାଳୀନ ସେବା ବିଷୟରେ ସୂଚନା ତାଲିକାଭୁକ୍ତ କରାଯାଇଛି । ଏଥିରେ ପୋଲିସ, ଚିକିତ୍ସା ଏବଂ ଅଗ୍ନିଶମ ସେବା ନମ୍ବର ଏବଂ ଯାତ୍ରୀଙ୍କ ଘର ପାଇଁ ଦୂତାବାସ ଯୋଗାଯୋଗ ନମ୍ବର ମଧ୍ୟ ଉପଲବ୍ଧ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Know about Some Useful Mobile applications
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X