ପ୍ରିପେଡ୍ ଓ ପୋଷ୍ଟପେଡ୍ ସିମ୍ ମଧ୍ୟରେ ଦ୍ଵନ୍ଦରେ ଅଛନ୍ତି କି ? ପଢନ୍ତୁ କେଉଁଟା ସବୁଠୁ ଭଲ
ଖର୍ଚ୍ଚ ଏବଂ ଲାଭ ଦୃଷ୍ଟିରୁ ବିଚାର କଲେ ପ୍ରିପୋଡ୍ ସଂଯୋଗ ସୁବିଧାଜନକ ଅଟେ । କାରଣ ଗୋଟିଏ ପୋଷ୍ଚ ପେଡ୍ ସଂଯୋଗର ଖର୍ଚ୍ଚରେ ଆପଣ ଦୁଇଟି ପ୍ରିପେଡ୍ ସଂଯୋଗ ପାଇପାରିବେ ।
ଉପଲବ୍ଧ ଥିବା ବୈଶିଷ୍ଟ୍ୟ ଏବଂ ଗୁଣବତ୍ତା ଅନୁଯାୟୀ ପୋଷ୍ଟପେଡ୍ ସିମ୍ ଭଲ, କିନ୍ତୁ ଖର୍ଚ୍ଚ ଅନୁଯାୟୀ ପ୍ରିପେଡ୍ ସିମ୍ ଭଲ ।
ପୋଷ୍ଟପେଡ୍ ସିମର ବିଲ୍ ମାସିକ ଭିତ୍ତିରେ ଆସେ ଏବଂ ଏହାର KYC ବହୁତ ଭଲ ଭାବରେ କରାଯାଇଥାଏ, ତେଣୁ ଟେଲିକମ୍ କମ୍ପାନୀ ପୋଷ୍ଟପେଡ୍ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇଥାଏ । ଅନେକ ଟେଲିକମ୍ କମ୍ପାନୀ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ଆମାଜନ ପ୍ରାଇମ, ନେଟଫ୍ଲିକ୍ସ ଇତ୍ୟାଦି ମାଗଣାରେ ଉପଲବ୍ଧ କର୍ବା ଭଳି ଅତିରିକ୍ତ ବୈଶିଷ୍ଟ୍ୟ ଦେଇଥାନ୍ତି ।
ପୋଷ୍ଟପେଡ୍ ସଂଯୋଗରେ ଇଣ୍ଟରନେଟ୍ ଡାଟା ମାସିକ ହିସାବ କରାଯାଏ ଏବଂ ଏହି ମାସରେ ଆପଣଙ୍କର ବଳକା ଡାଟାକୁ ଆସନ୍ତା ମାସକୁ ସ୍ଥାନାନ୍ତରିତ ହୋଇତାଏ । କିନ୍ତୁ ପ୍ରିପେଡ୍ ସଂଯୋଗରେ ପ୍ରତ୍ୟକ ଦିନ ଆପଣଙ୍କର ଇଣ୍ଟରନେଟ୍ ଡାଟାର ହିସାବ କରାଯାଏ ଏବଂ ପ୍ରତିଦିନ ପାଇଁ ଉପଲବ୍ଧ ଥିବା ଇଣଟ୍ରନେଟ୍ ଡାଟାକୁ ଆପଣ ବ୍ୟବହାର ନକଲେ ତାହା ଅକାମୀ ହୋଇଯାଏ ।
ପୋଷ୍ଟପେଡର ସବୁଠାରୁ ବଡ ସୁବିଧା ହେଉଛି ଏହା ସୀମିତ ଅଞ୍ଚଳରେ କାମ କରିଥାଏ । କେତେକ ସ୍ଥାନରେ ପ୍ରିପେଡ୍ ସେବା କାମ କରୁନଥିଲେ ମଧ୍ୟ ପୋଷ୍ଟ ପେଡ୍ ସେବା କାମ କରିଥାଏ । ଯେପରିକି ଜାମ୍ମୁ କାଶ୍ମୀରରେ ପୋଷ୍ଟପେଡ୍ କାମ କରୁଛି । ଏହାପୂର୍ବରୁ ମଣିପୁର ଏବଂ ମେଘାଳୟରେ ମଧ୍ୟ ଏପରି ସେବାର ଉପଲବ୍ଧ ଥିଲା ।
ଅନେକ ସ୍ଥାନରେ ଯେଉଁଠାରେ ଟେଲିକମ୍ କମ୍ପାନୀର ଉପସ୍ଥିତି ନାହିଁ, ଅନ୍ୟ ଟେଲିକମ୍ କମ୍ପାନୀଗୁଡିକର ସଂଯୋଗ ଆଧାରରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଥାଏ । ଯାହାକି ପ୍ରିପେଡ୍ ପାଇଁ ଏହି ସୁବିଧା ଉପଲବ୍ଧ ନୁହେଁ ।
ପୋଷ୍ଟପେଡ୍ ସଂଯୋଗରେ ମାସିକ ବିଲ୍ ବହୁତ ଅଧିକ ଥିବାବେଳେ ପ୍ରିପେଡ୍ ସଂଯୋଗରେ ବହୁତ କମ୍ ହୋଇଥାଏ ।
କେତେକ
କର୍ମଚାରୀଙ୍କୁ
ଅଫିସରେ
ଫୋନ୍
ବିଲ୍
ଦାଖଲ
କରିବାକୁ
ପଡ଼ିଥାଏ
କିମ୍ବା
ଅଫିସ୍
ସେମାନଙ୍କ
ବିଲେ
ପୈଠ
କରିଥାଏ,
ସେହିଭଳି
ପରିସ୍ଥିତିରେ
ସେମାନଙ୍କୁ
ପୋଷ୍ଟପେଡ୍
ସଂଯୋଗ
ନେବାକୁ
ପଡ଼ିଥାଏ
।
ଖର୍ଚ୍ଚ
ଏବଂ
ଲାଭ
ଦୃଷ୍ଟିରୁ
ବିଚାର
କଲେ
ପ୍ରିପୋଡ୍
ସଂଯୋଗ
ସୁବିଧାଜନକ
ଅଟେ
।
କାରଣ
ଗୋଟିଏ
ପୋଷ୍ଚ
ପେଡ୍
ସଂଯୋଗର
ଖର୍ଚ୍ଚରେ
ଆପଣ
ଦୁଇଟି
ପ୍ରିପେଡ୍
ସଂଯୋଗ
ପାଇପାରିବେ
।