Get Updates
Get notified of breaking news, exclusive insights, and must-see stories!

ଜିଓ ପକ୍ଷରୁ ସ୍ପେସଏକ୍ସ ସହିତ ସହଭାଗିତା, ଏଣିକି ଏହିସବୁ ଅଞ୍ଚଳରେ ମିଳିବ....

ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଏବଂ ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଭାରତରେ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ପରେ, ଭାରତର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ହେବ।

ଏହା ସାହାଯ୍ୟରେ, ସେହି ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକୁ ମଧ୍ୟ ସହଜରେ ସଂଯୋଗ କରାଯାଇପାରିବ ଯେଉଁଠାରେ ସଂଯୋଗ ଯୋଗାଇବା କଷ୍ଟକର ରହିଛି। ଜିଓ ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର ହୋଇଥିବା ବେଳେ, ଷ୍ଟାରଲିଙ୍କ୍ ବିଶ୍ୱର ଅଗ୍ରଣୀ ଲୋ ଆର୍ଥ ଅର୍ବିଟ (ଲିଓ) ସାଟେଲାଇଟ୍ କନଷ୍ଟେଲେସନ ଅପରେଟର।

ଏହି ଚୁକ୍ତିନାମା ଅନୁସାରେ ଜିଓ ଗ୍ରାହକମାନଙ୍କ ପାଇଁ ଷ୍ଟାରଲିଙ୍କ ସମାଧାନଗୁଡ଼ିକ ଜିଓ ଷ୍ଟୋର ସମୂହ ଏବଂ ଅନଲାଇନରେ ଉପଲବ୍ଧ ହେବ। ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ସ୍ପେସଏକ୍ସ ସହିତ ଚୁକ୍ତିନାମାରେ ସମଗ୍ର ଭାରତରେ ସମସ୍ତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଏବଂ ସମୁଦାୟଗୁଡିକ ପାଇଁ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ଉପଲବ୍ଧ କରାଯାଇପାରିବ ।

Jio signs deal

ଷ୍ଟାରଲିଙ୍କ୍ ସବୁଠାରୁ ଅହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଦ୍ରୁତ ଏବଂ ସୁଲଭ ଉପାୟରେ ସବୁଠାରୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ବିସ୍ତାର କରି ଜିଓ ଏୟାରଫାଇବର ଏବଂ ଜିଓଫାଇବରର ପରିପୂରକ ହେବ। ଦୁଇ କମ୍ପାନୀ ଭାରତର ଡିଜିଟାଲ୍ ଇକୋସିଷ୍ଟମରେ ସହଯୋଗର ଅନ୍ୟାନ୍ୟ ସମ୍ଭାବନା ମଧ୍ୟ ଅନୁସନ୍ଧାନ କରିବେ।

ରିଲାଏନ୍ସ ଜିଓର ଗ୍ରୁପ୍ ସିଇଓ ମାଥ୍ୟୁ ଓମେନ୍ କହିଛନ୍ତି, "ପ୍ରତ୍ୟେକ ଭାରତୀୟଙ୍କୁ ସୁଲଭ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡର ସୁବିଧା ଉପଲବ୍ଧ ହେବା ସୁନିଶ୍ଚିତ କରିବା ଜିଓର ସର୍ବୋଚ୍ଚ ପ୍ରାଥମିକତା ରହିଛି। ଷ୍ଟାରଲିଙ୍କକୁ ଭାରତକୁ ଆଣିବା ପାଇଁ ସ୍ପେସଏକ୍ସ ସହିତ ଆମର ସହଭାଗିତା ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି ଏବଂ ସମସ୍ତଙ୍କ ପାଇଁ ନିରବଛିନ୍ନ ବ୍ରଡବ୍ୟାଣ୍ଡ ସଂଯୋଗ ଦିଗରେ ଏକ ବଡ଼ ପଦକ୍ଷେପ।

ଜିଓର ବ୍ରଡବ୍ୟାଣ୍ଡ ଇକୋସିଷ୍ଟମରେ ଷ୍ଟାରଲିଙ୍କକୁ ସାମିଲ କରି, ଆମେ ଆମର ଉପଲବ୍ଧତାର ବିସ୍ତାର କରୁଛୁ ଏବଂ ଏହି ଏଆଇ-ଚାଳିତ ଯୁଗରେ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡର ନିର୍ଭରଯୋଗ୍ୟତା ଏବଂ ଉପଲବ୍ଧତାକୁ ବୃଦ୍ଧି କରୁଛୁ, ଯାହା ଦ୍ୱାରା ସାରା ଦେଶରେ ସମୁଦାୟ ଏବଂ ବ୍ୟବସାୟଗୁଡ଼ିକୁ ସଶକ୍ତ କରାଯାଇପାରିବ।"

ସ୍ପେସଏକ୍ସର ସଭାପତି ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଗ୍ୱିନ୍ ସଟୱେଲ କହିଛନ୍ତି, "ଭାରତର ଯୋଗାଯୋଗ ସଂଯୋଗ ବା କନେକ୍ଟିଭିଟିକୁ ଆଗକୁ ବଢ଼ାଇବା ପାଇଁ ଜିଓର ପ୍ରତିବଦ୍ଧତାକୁ ଆମେ ପ୍ରଶଂସା କରୁଛୁ। ଆମେ ଜିଓ ସହିତ କାମ କରିବାକୁ, ଭାରତ ସରକାରଙ୍କଠାରୁ ଅନୁମୋଦନ ପାଇବାକୁ ଏବଂ ଜନସାଧାରଣ, ସଂଗଠନ ଏବଂ ବ୍ୟବସାୟଗୁଡ଼ିକୁ ଷ୍ଟାରଲିଙ୍କ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବାକୁ ଉତ୍ସାହିତ ରହିଛୁ।" ଏହି ଚୁକ୍ତିନାମା ଭାରତରେ ଷ୍ଟାରଲିଙ୍କ ସେବା ଉପଲବ୍ଧ କରିବା ପାଇଁ ସ୍ପେସଏକ୍ସର ଅନୁମତି ପାଇବା ଉପରେ ନିର୍ଭର କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+