ନିଖୋଜ ଶିଶୁଙ୍କୁ ଖୋଜିବ ଇନଷ୍ଟାଗ୍ରାମ, ଲଞ୍ଚ ହେଲା 'ଅମ୍ବର ଆଲର୍ଟ'
ସୋସିଆଲ ମିଡିଆ ସାହାଯ୍ୟରେ ଅନେକ ନିଖୋଜ ବ୍ୟକ୍ତି ନିଜ ଠିକଣା ପାଇଥିବା ଖବର ନିଶ୍ଚୟ ଶୁଣିଥିବେ । ହେଲେ ଏବେ ଇନଷ୍ଟାଗ୍ରାମ ହଜିଥିବା ଶିଶୁଙ୍କୁ ଖୋଜିବା ଲାଗି ଏକ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନେଇଛି ।
ସାନ ଫ୍ରାନ୍ସିକୋ: ସୋସିଆଲ ମିଡିଆ ସାହାଯ୍ୟରେ ଅନେକ ନିଖୋଜ ବ୍ୟକ୍ତି ନିଜ ଠିକଣା ପାଇଥିବା ଖବର ନିଶ୍ଚୟ ଶୁଣିଥିବେ । ହେଲେ ଏବେ ଇନଷ୍ଟାଗ୍ରାମ ହଜିଥିବା ଶିଶୁଙ୍କୁ ଖୋଜିବା ଲାଗି ଏକ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନେଇଛି । ଏହାର ଆରମ୍ଭ ସାନ ଫ୍ରାନ୍ସିସକୋରୁ ଆରମ୍ଭ ହୋଇଛି । ଫେସବୁକ ପରେ ଏହି ଆପ୍ ମାଧ୍ୟମରେ ନିଜ କ୍ଷେତ୍ର ମଧ୍ୟରେ ନିଖୋଜ ଥିବା ଶିଶୁଙ୍କୁ ପାଇବାରେ ଏହା ସହଯୋଗ କରିବ । ଏଥିଲାଗି 'ଏମ୍ବର ଆଲର୍ଟ ' ଲଞ୍ଚ କରିଛି ଆପ ।

ଏହାକୁ ଆମେରିକାର ନ୍ୟାସନାଲ ସେଣ୍ଟର ଫର ମିସିଙ୍ଗ ଆଣ୍ଡ ଏକ୍ସପ୍ଲଏଟେଡ୍ ଚାଇଲ୍ଡ. ନିଖୋଜ ତଥା ଶୋଷିତ ଶିଶୁ ଆନ୍ତର୍ଜାତୀୟ କେନ୍ଦ୍ର, ବ୍ରିଟେନର ନ୍ୟାସନାଲ କ୍ରାଇମ ଏଜେନ୍ସି, ଆଟର୍ଣ୍ଣି ଭଳି ଅନେକ ସଂଗଠନ ସମର୍ଥନ କରିଛନ୍ତି । ମେକ୍ସିକୋରେ ଜେନେରାଲ୍ ଅଫିସ ଏବଂ ଅଷ୍ଟ୍ରେଲିୟ ଫେଡେରାଲ୍ ପୋଲିସ ସହଭାଗୀତାରେ ଏହାକୁ ବିକଶିତ କରାଯାଇଛି ।
ଗତ 2015 ମସିହାରେ ଫେସବୁକ ଏହି ଏମ୍ବର ଆଲର୍ଟ ଫିଚର ଆଣିବା ପରେ ଏଥିରେ ସଫଳ ମଧ୍ୟ ହୋଇଛି । ଏହି ଫିଚର ଦ୍ବାରା ଶୀଘ୍ର ନିଖୋଜ ଶିଶୁଙ୍କୁ ଖୋଜିବା ସହିତ ଅଧିକାରୀଙ୍କ ନିକଟକୁ ଖବର ପହଞ୍ଚିଯାଏ । ଆଲର୍ଟରେ ଶିଶୁଙ୍କ ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ବିବରଣୀ ଦିଆଯାଇଥାଏ। ନିଖୋଜ ଶିଶୁର ଫଟୋ, ଅପହରଣ ହୋଇଥିବା ସ୍ଥାନ ଭଳି ସୂଚନା ଦିଆଯାଇଥାଏ । ୟୁଜର୍ସ ଏହାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଆଲର୍ଟକୁ ଶୀଘ୍ର ସେୟାର କରିଥାନ୍ତି ।












Click it and Unblock the Notifications