ମାର୍ଚ୍ଚ ମାସରେ ୧.୯୬ ଲକ୍ଷ କୋଟିର ଜିଏସଟି କଲେକ୍ସନ

ଜିଏସଟି ଆଦାୟ ବୃଦ୍ଧି ମାର୍ଚ୍ଚ ମାସରେ କଲେକ୍ସନ ୯.୯ ପ୍ରତିଶତ ବଢ଼ିଛି । ଏହା ୧.୯୬ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ମଙ୍ଗଳବାର କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା କର ଆଦାୟ ରିପୋର୍ଟ ଜାରି କରିଛନ୍ତି । ଜିଏସଟି ଘରୋଇ ଲେଣଦେଣରୁ ରାଜସ୍ବ ୮.୮ ପ୍ରତିଶତ ବୃଦ୍ଧି ପାଇ ୧.୪୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ସେହିପରି ଆମଦାନୀ ବସ୍ତୁରୁ ରାଜସ୍ବ ୧୩.୫୬ ବଢ଼ି ୪୬,୯୧୯ କୋଟି ଟଙ୍କା ଆଦାୟ ହୋଇଛି । ଏହାସହିତ କ୍ରମାଗତ ୧୩ ବର୍ଷ ଧରି ଜିଏସଟି ସଂଗ୍ରହ ୧.୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା। ଏହି ତ୍ରୈମାସିକରେ ଜିଏସଟି ସଂଗ୍ରହ ୫.୮ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ୧୦.୪ ପ୍ରତିଶତ ଅଧିକ। ରିଫଣ୍ଡ୍ କାଟିବା ପରେ ନିଟ୍ ଜିଏସଟି ସଂଗ୍ରହ ମଧ୍ୟ ଗତ ବର୍ଷ ତୁଳନାରେ ଏହି ମାର୍ଚ୍ଚ ମାସରେ ୭.୬ ପ୍ରତିଶତ ଅଧିକ ଥିଲା।

gst

ବଜେଟରେ ସରକାର ଚଳିତ ବର୍ଷ ପାଇଁ ଜିଏସଟି ରାଜସ୍ୱରେ ୧୧% ବୃଦ୍ଧି ଆକଳନ କରିଥିଲେ । କେନ୍ଦ୍ରୀୟ ଜିଏସଟି ଏବଂ କ୍ଷତିପୂରଣ ସେସ୍ କୁ ମିଶାଇ ୧୧.୭୮ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହେବ ବୋଲି ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+