Get Updates
Get notified of breaking news, exclusive insights, and must-see stories!

ଏତିକି ପ୍ରତିଶତ ହାରରେ ବଢିବ ଦେଶର ଅର୍ଥନୀତି!

ଚଳିତ ଆର୍ଥିକ ବର୍ଷ (୨୦୨୫-୨୬) ପାଇଁ ଭାରତର ବାସ୍ତବିକ ଘରୋଇ ଉତ୍ପାଦ (GDP) ବୃଦ୍ଧି ହାର ୬.୫ ପ୍ରତିଶତରୁ ଅଧିକ ରହିବ । ପ୍ରତିଷ୍ଠିତ ରେଟିଂ ଏଜେନ୍ସି ଇକ୍ରା ଏହି ଅନୁମାନ କରିଛି । ଏଜେନ୍ସି ନିଜ ଆଉଟ୍‌ଲୁକରେ କହିଛି ଯେ ଏହି ଅବଧିରେ ଦେଶର ଜିଭିଏ ବୃଦ୍ଧି ୬.୩ ପ୍ରତିଶତରୁ ଅଧିକ ରହିବ । ଜିଡିପି ଦେଶ ଭିତରେ ଉତ୍ପାଦିତ ବସ୍ତୁ ଓ ସେବାର ମୋଟ ମୂଲ୍ୟକୁ ନିର୍ଦ୍ଧାରିତ କରୁଛି, ଅନ୍ୟପଟେ ଜିଭିଏ ଉତ୍ପାଦିତ ବସ୍ତୁ ଓ ସେବାର ମୋଟ ମୂଲ୍ୟରେ ମଧ୍ୟବର୍ତ୍ତୀ ବସ୍ତୁ ଓ ସେବାର ଖର୍ଚ୍ଚ ହ୍ରାସ ପରେ ମିଳିଥାଏ ।

ରିପୋର୍ଟରେ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଦରବୃଦ୍ଧି ହାର ୪.୨ ପ୍ରତିଶତରୁ ଅଧକ ରହିବା ନେଇ ଅନୁମାନ ରହିଛି । ଅନ୍ୟପଟେ ହୋଲସେଲ୍ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଚଳିତ ଆର୍ଥିକ ବର୍ଷ ପାଇଁ ୨.୭ ପ୍ରତିଶତରୁ ଅଧିକ ରହିବ । ସେହିପରି ରାଜସ୍ୱ ନିଅଣ୍ଟ ଜିଡିପିର ୪.୪ ପ୍ରତିଶତ ରହିପାରେ ।

ଇକ୍ରା ଅନୁସାରେ, ରବିରେ ନଗଦ ପ୍ରବାହ ଓ ଜଳାଶୟରେ ସ୍ୱାଭାବିକଠାରୁ ଅଧିକ ପାଣି ଯୋଗୁ ଗ୍ରାମୀଣ ଚାହିଦା ଅଧିକ ରହିବା ସମ୍ଭାବନା ରହିଛି । ରେଟିଂ ଏଜେନ୍ସି କହିଛି ଯେ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟରେ ଆୟକରରେ ଆଶ୍ୱସ୍ତି, ଇଏମଆଇ ହ୍ରାସ ଓ ଖାଦ୍ୟ ମୁଦ୍ରାସ୍ଫୀତିରେ ସ୍ଥିରତା ଘରୋଇ ଖର୍ଚ୍ଚ ଯୋଗ୍ୟ ଆୟକୁ ବୃଦ୍ଧି କରିବ । ରିପୋର୍ଟରେ କୁହାଯାଇଛି ଯେ ଭାରତର ଦ୍ରବ୍ୟ ରପ୍ତାନୀରେ ମନ୍ଥରତା ଭବିଷ୍ୟତରେ ବି ଜାରି ରହିବ । ଇକ୍ରା ଅନୁମାନ ଅନୁସାରେ, ସେବା ରପ୍ତାନୀରେ ବୃଦ୍ଧି ଦେଖିବାକୁ ମିଳିପାରେ ।

India s GDP growth to exceed 6 5 in FY26 says Icra

କେନ୍ଦ୍ର ଦ୍ୱାରା ପୁଞ୍ଜିଗତ ବ୍ୟୟ ୨୦୨୫-୨୬ରେ ୧୦.୧ ପ୍ରତିଶତ ବଢିବା ନେଇ ଅନୁମାନ ରହିଛି, ଯାହା ଦ୍ୱାରା ନିବେଶ ଗତିବିଧି ବୃଦ୍ଧି ପାଇବ । ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆରବିଆଇ ଜିଡିପି ବୃଦ୍ଧି ଅନୁମାନକୁ ୬.୫ ପ୍ରତିଶତରେ ସ୍ଥିର ରଖିଛି । ଜିଡିପି ବୃଦ୍ଧି ହାର ଆର୍ଥିକ ବର୍ଷ ୨୦୨୪-୨୫ରେ ୬.୫ ପ୍ରତିଶତ ରେକର୍ଡ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+