୨୦୨୯-୩୦ ଆର୍ଥିକବର୍ଷ ବେଳକୁ ୯ ପ୍ରତିଶତକୁ ବୃଦ୍ଧି ପାଇବ ଇଭି କାର୍
ନୂଆଦିଲ୍ଲୀ: ଦେଶରେ କାର୍ ବଜାରରେ ଇଲେକ୍ଟ୍ରିକ କାର୍ ସଂଖ୍ୟା ୨୦୨୬-୨୭ ଆର୍ଥିକବର୍ଷ ବେଳକୁ ୫ ପ୍ରତିଶତରେ ଏବଂ ୨୦୨୯-୩୦ ଆର୍ଥିକବର୍ଷ ବେଳକୁ ୯ ପ୍ରତିଶତକୁ ବୃଦ୍ଧି ପାଇବ। ବର୍ତ୍ତମାନ ଏହା ୨ ପ୍ରତିଶତରେ ରହିଛି। ସେହିଭଳି ୨୦୨୪-୨୫ରେ ଦେଶର ମୋଟ ଦୁଇ ଚକିଆ ଯାନରେ ଇଲେକ୍ଟ୍ରିକ ଦୁଇଚକିଆର ଅଂଶ ୫.୮ ପ୍ରତିଶତ ରହିବ।
୨୦୨୬-୨୭ ଆର୍ଥିକବର୍ଷ ବେଳକୁ ଏହା ୧୦ ପ୍ରତିଶତକୁ ଏବଂ ୨୦୨୯-୩୦ ବେଳକୁ ୨୦ ପ୍ରତିଶତକୁ ବୃଦ୍ଧି ପାଇବ ନୋମୁରା ପକ୍ଷରୁ ଆକଳନ କରାଯାଇଛି। ଭବିଷ୍ୟତର କର୍ପୋରେଟ୍ ଆଭରେଜ ଫୁଏଲ ଏଫିସିଏନ୍ସି (CAFE) ନିୟମ ପାଳନ ପାଇଁ ଇଭିର ସଫଳତା ଗୁରୁତ୍ବପୂର୍ଣ୍ଣ।

କମ୍ପାନିଗୁଡ଼ିକ ଏବେ ସୁଲଭ ମୂଲ୍ୟର ଇଭି ଉତ୍ପାଦନ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ନିକଟରେ ଶେଷ ହୋଇଥିବା ଭାରତ ମୋବିଲିଟି ଏକ୍ସପୋ ୨୦୨୫ରେ ଭାରତ ଏ କ୍ଷେତ୍ରରେ ହାସଲ କରିଥିବା ଅଗ୍ରଗତିକୁ ପ୍ରଦର୍ଶନ କରାଯାଇଛି। ତେଣୁ ଆଗାମୀ ଦିନରେ ଆଗକୁ ଅଧିକ ସୁବଜ ଯାନ ବଜାରକୁ ଆସିବ ବୋଲି ଆଶା କରାଯାଉଛି।












Click it and Unblock the Notifications