'ଟ୍ରମ୍ପଙ୍କ ଶୁଳ୍କ ଭାରତୀୟ ଅର୍ଥନୀତିର କୌଣସି କ୍ଷତି କରିପାରିବନି'
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ତାହା ଭାରତୀୟ ଅର୍ଥନୀତିର କୌଣସି କ୍ଷତି କରିପାରିବନି। ଏହାର ପ୍ରଭାବ ଯାହା ବି କିଛି ରହିଛି, ତାହାକୁ ଦେଶବାସୀ ଭରଣା କରିଦେବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଅକ୍ଟୋବର ମାସ ବୁଲେଟିନ୍ରେ ଏଭଳି କହିଛି। ଟ୍ରମ୍ପ ଲଗାଇଥିବା ଶୁଳ୍କ ଦେଶର ରପ୍ତାନିକୁ ପ୍ରଭାବିତ କରିବ। କିନ୍ତୁ ନିକଟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ କରାଯାଇଥିବା ସଂସ୍କାର ତାହାର ମୁକାବିଲା କରିବାକୁ ଯଥେଷ୍ଟ।

ବୁଲେଟିନ୍ରେ କୁହାଯାଇଛି ଯେ ଆମେରିକା ଲଗାଇଥିବା ଚଢ଼ା ଶୁଳ୍କକୁ କମ୍ କରିବା ଲାଗି ହେଉଥିବା ଉଦ୍ୟମ ସଫଳ ନ ହେଲେ ତାହାର ପ୍ରଭାବରେ ଦେଶର ରପ୍ତାନି ହ୍ରାସ ପାଇବ। ଶୁଳ୍କ ପାଇଁ ବାହ୍ୟ ଚାହିଦା କମ୍ ହେବ। କିନ୍ତୁ ଜିଏସ୍ଟିରେ ହୋଇଥିବା ସଂସ୍କାର ପ୍ରଭାବରେ ଦେଶ ଭିତରେ ଚାହିଦା ବଢ଼ିବ। ତାହା ଶୁଳ୍କ ପ୍ରଭାବକୁ ପ୍ରତିହତ କରିବ।
ଟ୍ରମ୍ପ ଭାରତ ଓ ବ୍ରାଜିଲ ଉପରେ ସର୍ବାଧିକ ୫୦ ପ୍ରତିଶତ ଶୁଳ୍କ ଳଗାଇଛନ୍ତି। ତେବେ ଗତ ସେପ୍ଟେମ୍ବର ତଥ୍ୟରୁ ଜଣାପଡ଼ିଛି ଯେ କେବଳ ଆମେରିକାକୁ ରପ୍ତାନି କମିଥିବା ବେଳେ ଅନ୍ୟ ୨୪ଟି ଦେଶକୁ ବଢ଼ିଛି। ଆମେରିକା ବାହାରେ ଥିବା ବଜାରରେ ଭାରତୀୟ ସାମଗ୍ରୀର ଭଲ ଚାହିଦା ରହିଛି। ସେପ୍ଟେମ୍ବରରେ ୩୬୩୮ କୋଟି ଡଲାରର ରପ୍ତାନି ହୋଇଛି। ଆମେରିକା ବାହାରେ ଥିବା ବଜାରକୁ କିନ୍ତୁ ରପ୍ତାନି ୧୦.୯ ପ୍ରତିଶତ ବୃଦ୍ଧି ପାଇଛି।
ଦେଶ ବାହାରେ ଘଟୁଥିବା ଘଟଣାର ପ୍ରଭାବକୁ ଭାରତୀୟ ଅର୍ଥନୀତି ବେଶ୍ ପ୍ରଭାବଶାଳୀ ଢଙ୍ଗରେ ସାମ୍ନା କରୁଛି। ରିଜର୍ଭ ବ୍ୟାଙ୍କ ବୁଲେଟିନ କହୁଛି ଯେ ଆମେରିକାର ବାଣିଜ୍ୟ ଓ ଅର୍ଥନୈତିକ ନୀତିରେ ଅନିଶ୍ଚିତତା, ଆମେରିକା ସରକାର ସଟ୍ଡାଉନ୍ ହେବା, ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ଭଳି ଘଟଣାର ପ୍ରଭାବକୁ ଭାରତୀୟ ଅର୍ଥନୀତି ଦୃଢ଼ ଭାବେ ସାମ୍ନା କରିଛି। ଦେଶର ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବରରେ ୧.୫୪ ପ୍ରତିଶତକୁ ହ୍ରାସ ପାଇଛି ଯାହା ୨୦୧୭ ପରେ ସର୍ବନିମ୍ନ।
ଆମେରିକାର ଶୁଳ୍କ ସଂକ୍ରାନ୍ତରେ ବୁଲେଟିନ୍ରେ କୁହାଯାଇଛି ଯେ ତାହା ଏକ ଯୋଗାଣ ସମ୍ପର୍କିତ ସମସ୍ୟା ସୃଷ୍ଟି କରିବ। ତେଣୁ ଶୁଳ୍କ ଦ୍ବାରା ଆମେରିକା ବଜାର ପ୍ରଭାବିତ ହେବ। ଏହାର ବ୍ୟବସାୟ ସହଯୋଗୀମାନେ କୌଣସି ପ୍ରକାରରେ ପ୍ରଭାବିତ ହେବେ ନାହିଁ। ଆମେରିକାରେ ଲୋକମାନଙ୍କୁ ବିଭିନ୍ନ ଜିନିଷ ଅଧିକ ଦାମ୍ ଦେଇ କିଣିବାକୁ ପଡ଼ିବ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications