Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ଅନିଶ୍ଚିତତା ମଧ୍ୟରେ, ଭାରତର GDP ଅଭିବୃଦ୍ଧି 7.8% , ଯେଉଁଥିରେ ଉତ୍ପାଦନ ଏବଂ ସେବା କ୍ଷେତ୍ର ଥିଲା ପ୍ରମୁଖ

କେନ୍ଦ୍ର ସରକାର ୨୦୨୨-୨୩କୁ ଆଧାର ବର୍ଷ ଭାବେ ଗ୍ରହଣ କରି ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ତଥ୍ୟ ଜାରି କରିଛନ୍ତି। ଏହି ସମୟରେ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି। ତାହା ଦ୍ବିତୀୟ ତ୍ରୈମାସିକର ୮.୪ ପ୍ରତିଶତଠାରୁ କମ୍‌ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷସାରରେ ଜିଡିପି ଅଭିବୃଦ୍ଧି ୭.୬ ପ୍ରତିଶତ ରହିବା ଆକଳନ କରାଯାଇଛି। ତାହା ପୂର୍ବ ଆକଳନ ୭.୧ ପ୍ରତିଶତଠାରୁ ଅଧିକ।

gdp

୨୦୨୫-୨୬ର ତୃତୀୟ ତ୍ରୈମାସିକରେ କୃଷି କ୍ଷେତ୍ରର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏହି କ୍ଷେତ୍ର ମାତ୍ର ୧.୪ ପ୍ରତିଶତ ହାରରେ ଆଗକୁ ବଢ଼ିଛି ଯାହା ୨୦୨୪-୨୫ର ସେହି ସମୟରେ ୫.୮ ପ୍ରତିଶତ ଭଳି ଉଚ୍ଚ ହାରରେ ଆଗକୁ ବଢ଼ିଥିଲା। ଖଣି କ୍ଷେତ୍ର ବି ଦୁର୍ବଳ ପ୍ରଦର୍ଶନ କରିଛି। ଖଣିର ଅଭିବୃଦ୍ଧି ହାର ୪.୭ ପ୍ରତିଶତକୁ ଖସିଆସିଛି। ପୂର୍ବବର୍ଷ ତୃତୀୟ ତ୍ରୈମାସିକରେ ସେହି ହାର ୧୩.୧ ପ୍ରତିଶତ ଭଳି ଉଚ୍ଚା ଥିଲା।

ବିନିର୍ମାଣ ଅଭିବୃଦ୍ଧି ୧୩.୩ ପ୍ରତିଶତ, ବିଦ୍ୟୁତ୍‌, ଗ୍ୟାସ୍‌ ଓ ଜଳ ଯୋଗାଣ ୧.୫ ପ୍ରତିଶତ ଏବଂ ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ୬.୬ ପ୍ରତିଶତ ହୋଇଛି। ବାଣିଜ୍ୟ, ହୋଟେଲ୍‌, ପରିବହନ ଓ ଯୋଗାଯୋଗ କ୍ଷେତ୍ରର ପ୍ରଦର୍ଶନ ଉତ୍ସାହଜନକ ରହିଛି। ଏହି କ୍ଷେତ୍ରର ଅଭିବୃଦ୍ଧି ୧୧ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବବର୍ଷ ମାତ୍ର ୬.୭ ପ୍ରତିଶତ ରହିଥିଲା। ଆର୍ଥିକ ସେବା, ରିଅଲ ଇଷ୍ଟେଟ୍, ଆଇଟି, ବୃତ୍ତିଗତ ସେବା କ୍ଷେତ୍ରର ଅଭିବୃଦ୍ଧି ସାମାନ୍ୟ ବଢ଼ି ୧୧.୨ ପ୍ରତିଶତ ହୋଇଛି। ସାର୍ବଜନୀନ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସେବା କ୍ଷେତ୍ରର ଅଭିବୃଦ୍ଧି ୪.୫ ପ୍ରତିଶତ ହୋଇଛି।

ଏହା ପୂର୍ବରୁ ୨୦୧୧-୧୨କୁ ଆଧାର ବର୍ଷ ଭାବେ ବିଚାରକୁ ନେଇ ଜିଡିପି ହିସାବ କରାଯାଉଥିଲା। ମାତ୍ର ଅର୍ଥନୀତିର ଅଧିକ ସ୍ପଷ୍ଟ ଚିତ୍ର ପାଇବା ଲାଗି ସରକାର ୨୦୨୨-୨୩କୁ ନୂଆ ଆଧାର ବର୍ଷ ଭାବେ ଗ୍ରହଣ କରିଥିଲେ। ନୂତନ ହିସାବ ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷସାରାର ଜିଡିପି ଅଭିବୃଦ୍ଧି ୭.୬ ପ୍ରତିଶତ ରହିବ। ୨୦୨୩-୨୪ ଓ ୨୦୨୪-୨୫ରେ ଅଭିବୃଦ୍ଧି ହାର ଯଥାକ୍ରମେ ୭.୨ ପ୍ରତିଶତ ଓ ୭.୧ ପ୍ରତିଶତ ରହିଥିଲା। ନୂଆ ତଥ୍ୟ ଅନୁସାରେ ମୁଣ୍ଡପିଛା ଜିଡିପି ୨,୧୨,୯୭୯ ଟଙ୍କା, ମୁଣ୍ଡପିଛା ମୋଟ୍‌ ଜାତୀୟ ଆୟ ୨,୧୦,୦୨ ଟଙ୍କା ଓ ମୁଣ୍ଡପିଛା ନିଟ୍‌ ଜାତୀୟ ଆୟ ୧,୮୧,୧୭୨ ଟଙ୍କା ଆକଳନ କରାଯାଇଛି। ମୁଣ୍ଡପିଛା ଆୟରେ ୬.୬ ପ୍ରତିିଶତର ବୃଦ୍ଧି ଘଟିଛି।ଦେଶ ସ୍ବାଧୀନ ହେବା ପରଠାରୁ ଜିଡିପି ହିସାବ ପାଇଁ ଗ୍ରହଣ କରାଯାଉଥିବା ଆଧାର ବର୍ଷକୁ ଆଠ ଧର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ୧୯୬୭‌, ୧୯୭୮, ୧୯୮୮, ୧୯୯୯, ୨୦୦୬, ୨୦୧୦, ୨୦୧୫ରେ ଏହି ପରର୍ତ୍ତନ ହୋଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+