Get Updates
Get notified of breaking news, exclusive insights, and must-see stories!

ଭାରତରେ ଦାରିଦ୍ର୍ୟ ସ୍ତର ହ୍ରାସ ପାଇବାରେ ଲାଗିଛି,ଏସ୍‌ବିଆଇ ରିପୋର୍ଟ

୨୦୨୪ରେ ଭାରତର ଦାରିଦ୍ର୍ୟ ହାର ୪.୬ ପ୍ରତିଶତକୁ କମିଯିବ। ୨୦୨୩ରେ ଭାରତର ଦାରିଦ୍ର୍ୟ ହାର ୫.୩ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ବିଶ୍ବବ୍ୟାଙ୍କ ପକ୍ଷରୁ ନିକଟରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହି ନୂଆ ଆକଳନ କରାଯାଇଛି। ଷ୍ଟେଟ ବ୍ୟାଙ୍କ ରିପୋର୍ଟରେ ଭାରତ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ଦର୍ଶାଯାଇଛି।

ତଥ୍ୟ ସଂଗ୍ରହରେ ନୂଆ ପଦ୍ଧତି ଆପଣାଇବା ଏବଂ ସଂଜ୍ଞାରେ ଅଣାଯାଇଥିବା ପରିବର୍ତ୍ତନର ପ୍ରଭାବ ଦାରିଦ୍ର୍ୟ ହ୍ରାସ ତଥ୍ୟରେ ବହୁମାତ୍ରାରେ ପ୍ରତିଫଳିତ ହୋଇଛି। ନିକଟରେ ଭାରତ ଏହାର ପାରିବାରିକ ଖର୍ଚ୍ଚ ସ‌ର୍ଭେ ବା ହାଉସହୋଲ୍‌ଡ କଞ୍ଜପସନ୍‌ ଏକ୍ସପେଣ୍ଡିଚର ସର୍ଭେରେ ପରିବର୍ତ୍ତିତ ମିକ୍ସଡ ରିକଲ୍‌ ପିରିୟଡ୍‌ (ଏମ୍‌ଏମ୍‌ଆର୍‌ପି)କୁ ଗ୍ରହଣ କରିଛି। ପୂର୍ବରୁ ଏଥିପାଇଁ ୟୁନିଫର୍ମ ରେଫରେନ୍ସ ପିରିୟଡ୍‌ (ୟୁଆର୍‌ପି) ବ୍ୟବହାର କରାଯାଉଥିଲା। ଏହାକୁ ବଦଳାଯାଇଛି।

sbi

ଏହାଦ୍ବାରା ପାରିବାରିକ ବ୍ୟୟର ଅଧିକ ସଠିକ୍‌ ତଥ୍ୟକୁ ସାମିଲ କରାଯାଇ ପାରିଛି। ଏଥିଯୋଗୁ ସର୍ଭେରେ ବ୍ୟୟ ବୃଦ୍ଧି ପାଇଛି ଏବଂ ଦାରିଦ୍ର୍ୟ ହ୍ରାସ ଘଟିଛି। ବିଶ୍ବବ୍ୟାଙ୍କ ଏବଂ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦାରିଦ୍ର୍ୟ ଆକଳନ ପ୍ରାୟତଃ ସମାନ ସ୍ତରରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ୨୦୨୨-୨୩ ସ‌ର୍ଭେରେ ଭାରତର ଦାରିଦ୍ର୍ୟ ହାର ମାତ୍ର ୫.୨୫ ପ୍ରତିଶତ ରହିଛି। ଦୈନିକ ଖର୍ଚ୍ଚ ୩ ଡଲାର ହିସାବରେ ଏହି ଆକଳନ କରାଯାଇଛି।

ନିକଟରେ ବିଶ୍ବବ୍ୟାଙ୍କ ବିଶ୍ବ ଦାରିଦ୍ର୍ୟ ସୀମାରେଖା ନିର୍ଦ୍ଧାରଣ ପାଇଁ ଦୈନିକ ଖର୍ଚ୍ଚକୁ ୨୦୨୧ କ୍ରୟଶକ୍ତି ସମତା (ପିପିସି) ଅନୁସାରେ ୩ ଡଲାରକୁ ବଢ଼ାଇଛି। ପୁରୁଣା ୨.୧୫ ଡଲାର ଖର୍ଚ୍ଚ ହିସାବରେ ଆକଳନ କଲେ ଦାରିଦ୍ର୍ୟ ହାର ୨.୩୫%କୁ କମିଯିବ। ଭାରତରେ କ୍ରମାଗତ ଦାରିଦ୍ର୍ୟ ହ୍ରାସର କାରଣ ଗୁଡ଼ିକ ହେଲା ଅର୍ଥନୈତିକ ସଂସ୍କାର, ଗରିବ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ଏବଂ ତଥ୍ୟ ସଂଗ୍ରହ ବ୍ୟବସ୍ଥାରେ ଉନ୍ନତି ବୋଲି କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+