ଭାରତୀୟ ମହିଳା ରଖିଛନ୍ତି ବିଶ୍ୱର ୧୦ ଦେଶଙ୍କ ସ୍ୱର୍ଣ୍ଣ ଭଣ୍ଡାରଠାରୁ ଅଧିକ ସୁନା

ଭାରତୀୟ ମହିଳାଙ୍କ ପ୍ରଥମ ପସନ୍ଦ କହିଲେ ସୁନାକୁ ବୁଝାଯାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମେରିକା, ଫ୍ରାନ୍ସ, ଓ ଜର୍ମାନ ସମେତ ୧୦ ଧନୀ ଦେଶଙ୍କ ମୋଟ ସ୍ୱର୍ଣ୍ଣ ଭଣ୍ଡାରରେ ଯେତିକି ସୁନା ଅଛି ଭାରତୀୟ ମହିଳାଙ୍କ ପାଖରେ ତାଠୁ ଅଧିକ ସୁନା ରହିଛି। ଏଥିରେ ଯଦି ଭାରତୀୟ ରାଜ୍ୟଙ୍କ କଥା କୁହାଯାଏ ବିହାର ଏଭଳି ଏକ ରାଜ୍ୟ ଯେଉଁଠି ସୁନାର ବିପୁଳ ଭଣ୍ଡାର ରହିଛି ଓ ଏହି ମାମଲାରେ ଦେଶରେ ପ୍ରଥମ ସ୍ଥାନରେ ଅଛି।

ୱାର୍ଲଡ ଅପଡେଟସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ରିପୋର୍ଟ ପୋଷ୍ଟ କରିଛି। ଏଥିରେ ଭାରତୀୟ ମହିଳାଙ୍କ ସ୍ୱର୍ଣ୍ଣାଳଙ୍କାରର ଆକଳନ କରାଯାଇଛି। ଏହି ପୋଷ୍ଟ ଅନୁସାରେ ଭାରତୀୟ ମହିଳାଙ୍କ ନିକଟରେ ୨୫,୪୮୮ ଟନ ସୁନା ଅଛି। ଏହି ସୁନା ମହିଳାଙ୍କ ଗହଣା ଆକାରରେ ରହିଛି। ଏହି ସୁନା ଆମେରିକା, ଜର୍ମାନୀ, ଇଟାଲୀ, ଫ୍ରାନ୍ସ ଓ ଚୀନ ସମେତ ୧୦ ଦେଶଙ୍କ ମୋଟ ସ୍ୱର୍ଣ୍ଣ ଭଣ୍ଡାରରେ ଥିବା ସୁନା ପରିମାଣଠାରୁ ମଧ୍ୟ ଅଧିକ।

Gold

ଏକ ହିସାବ ଅନୁସାରେ ଆମେରିକା ଗୋଲ୍ଡ ରିଜର୍ଭରେ ୮,୧୩୩ ଟନ ସୁନା ଥିବା ବେଳେ ଜର୍ମାନ ନିକଟରେ ୩,୩୫୧ଟନ, ଇଟାଲୀର ୨,୪୫୧ ଟନ୍, ଫ୍ରାନ୍ସର ୨,୪୩୭ ଟନ, ଋଷିଆର ୨,୨୩୨ ଟନ, ଚୀନ୍‌ ର ୨,୨୭୯ ଟନ, ସ୍ୱିଜର ଲ୍ୟାଣ୍ଡର ୧,୦୩୯ ଟନ, ଜାପାନର ୮୪୫ ଟନ, ନେଦରଲ୍ୟାଣ୍ଡର ୬୧୨ ଟନ ଓ ପୋଲାଣ୍ଡ ନିକଟରେ ୪୪୮ ଟନ ସୁନା ଅଛି। ଏହି ସବୁ ଦେଶଙ୍କ ଗୋଲ୍ଡ ରିଜର୍ଭକୁ ମିସାଇ ଦେଲେ ୨୩,୯୨୭ ଟନ ସୁନା ହେଉଛି, ଯାହା ଭାରତୀୟ ମହିଳାଙ୍କ ନିକଟରେ ଗଛିତ ସ୍ୱର୍ଣ୍ଣ ଆଭୁଷଣ ଓଜନଠାରୁ ଢେର କମ୍।

ଯଦି ଭାରତର ସଂରକ୍ଷିତ ସ୍ୱର୍ଣ୍ଣର କଥା କୁହାଯାଏ ତେବେ ବିହାର ଏଥିରେ ୧ ନମ୍ବର ସ୍ଥାନରେ ଅଛି। ପିଆଇବିର ଏକ ରିପୋର୍ଟ ଅନୁସାରେ ବିହାରରେ ପାଖାପାଖି ୨୨୨.୮ ମିଲିୟନ ଟନରୁ ଅଧିକ ସୁନାର ଭଣ୍ଡାର ରହିଛି। ବିହାରର ଜମୁଇ ଏକ ଏଭଳି ଜିଲ୍ଲା ଯେଉଁଠି ଦେଶର ମୋଟ କଞ୍ଚାସୁନାର ୪୪% ରହିଛି। ଏହା ଭବିଷ୍ୟତରେ ଖନନ ଓ ଆର୍ଥିକ ବିକାଶ ନିମନ୍ତେ ଦେଶର ଏକ ବଡ଼ ଗୋଲ୍ଡ ହବରେ ପରିଣତ ହୋଇପାରେ। ଭାରତ ନା କେବଳ ବିଶ୍ୱର ସବୁଠୁ ଅଧିକ ସୁନା ଉପଭୋଗକାରୀ ଦେଶ ବରଂ ଏହି ଦେଶର ମହିଳା ଓ ରାଜ୍ୟମାନଙ୍କରେ ବିପୁଳ ସ୍ୱର୍ଣ୍ଣ ସଂରକ୍ଷିତ ରହିଛି। ଏଣୁ ଆଗାମୀ ବର୍ଷମାନଙ୍କରେ ଭାରତ ବୈଶ୍ୱିକ ଗୋଲ୍ଡ ଇକୋନମୀର ଅଗ୍ରଣୀ ଭୂମିକା ନିର୍ବାହ କରିପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+