୧.୮୪ ଲକ୍ଷ କୋଟିରେ ପହଁଚିଲା GST ଆଦାୟ
ଦେଶର ମୋଟ ସାମଗ୍ରୀ ଓ ସେବା ଟିକସ- ଜିଏସଟି ଆଦାୟ ଫେବୃଆରୀରେ ୯ ଦଶମିକ ୧ ପ୍ରତିଶତ ବୃଦ୍ଧି ପାଇ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫେବୃଆରୀରେ କ୍ରମାଗତ ଭାବେ ଦ୍ୱାଦଶ ମାସରେ ୧.୭ ଲକ୍ଷ କୋଟିରୁ ଅଧିକ ଜିଏସ୍ଟି ଆଦାୟ ହୋଇଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଜି.ଏସ.ଟିରୁ ୩୫ ହଜାର ୨୦୪ କୋଟି ଟଙ୍କା, ରାଜ୍ୟ ଜି.ଏସ.ଟି ୪୩,୭୦୪ କୋଟି, ସମନ୍ୱିତ ଜି.ଏସ.ଟି ୯୦ ହଜାର ୮୭୦ କୋଟି ଏବଂ କ୍ଷତିପୂରଣ ସେସ୍ ୧୩ ଜଜାର ୮୬୮ କୋଟି ଟଙ୍କା ରହିଛି।

ଫେବୃଆରୀରେ ମୋଟ ୨୦ ହଜାର ୮୮୯ କୋଟି ଟଙ୍କା ଫେରସ୍ତ କରାଯାଇଛି। ଫେରସ୍ତରେ ରିହାତି ଦେବା ପରେ ଫେବୃଆରୀରେ ନିଟ୍ ଜି.ଏସ.ଟି ଆଦାୟ ୮ ଦଶମିକ ୧ ପ୍ରତିଶତକୁ ବୃଦ୍ଧି ପାଇ ପ୍ରାୟ ୧ ଦଶମିକ ୬୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।












Click it and Unblock the Notifications