ଭାରତରେ ବନ୍ଦ ହେବ 12 ହଜାର ଟଙ୍କାରୁ କମ ଚାଇନିଜ ଫୋନ

ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ସାଓମି, ଭିଭୋ,ଅପୋ, ପୋକୋ, ରେଡମି, ରିଅଲମି ପରି କମ୍ପାନିକୁ ବଡ ଝଟକା ଦେବ । ତେବେ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କିମ୍ୱା ଚୀନ କମ୍ପାନି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ବୟାନ ସାମନାକୁ ଆସି ନାହିଁ ।

ନୂଆଦିଲ୍ଲୀ: ମାଇକ୍ରୋମ୍ୟାକ୍ସ, ଲାଭା, କାର୍ବୋନ୍ ଏବଂ ଅନ୍ୟମାନଙ୍କ ପରି ଘରୋଇ ବ୍ରାଣ୍ଡକୁ ଅତ୍ୟନ୍ତ ଆବଶ୍ୟକୀୟ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଚୀନ୍ ଭିତ୍ତିକ ସ୍ମାର୍ଟଫୋନ୍ ବିକ୍ରି ଉପରେ ରୋକ ଲଗାଇବାକୁ ଯୋଜନା କରୁଥିବା ଜଣାଯାଇଛି। ବ୍ଲୁମବର୍ଗର ଏକ ରିପୋର୍ଟର ଅନୁସାରେ, ସରକାରଙ୍କ ଏହି ନିଷ୍ପତ୍ତି ଲାଭା, ମାଇକ୍ରୋମ୍ୟାକ୍ସ ପରି ଘରୋଇ କମ୍ପାନିକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଛି ।

chinese phone
ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ସାଓମି, ଭିଭୋ,ଅପୋ, ପୋକୋ, ରେଡମି, ରିଅଲମି ପରି କମ୍ପାନିକୁ ବଡ ଝଟକା ଦେବ । ତେବେ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କିମ୍ୱା ଚୀନ କମ୍ପାନି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ବୟାନ ସାମନାକୁ ଆସିନାହିଁ ।

ସରକାରଙ୍କ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ, ଏଣ୍ଟ୍ରି ଲେଭଲ ସେଗମେଣ୍ଟରେ ଘରୋଇ କମ୍ପାନିଙ୍କ ଦବଦବା ବଜାୟ ରଖିବା । ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ସ୍ମାର୍ଟଫୋନ ବଜାର, କିନ୍ତୁ ଏହା ଚାଇନିଜ କମ୍ପାନି କବଜାରେ ରହିଛି । ବର୍ତ୍ତମାନ ଘରୋଇ କମ୍ପାନୀ ଗୁଡିକ ଏହି ଚାଇନିଜ କମ୍ପାନି ଗୁଡିକୁ ଟକ୍କର ଦେଇ ପାରୁ ନାହାନ୍ତି ।

ବଜାର ଉପରେ ନଜର ରଖୁଥିବା ଫାର୍ମା କମ୍ପାନୀ ଅନୁସାରେ, 2022 ଜୁନ ସୁଦ୍ଧା ତ୍ରୟମାସିକ ବିକ୍ରିରେ 150 ଡାଲରୁ କମ ଟଙ୍କା ସ୍ମାର୍ଟଫୋନର ଯୋଗଦାନ ଏକ ତୃତୀୟଂଶ ରହିଛି । ଏଥିରେ ଚାଇନିଜ୍ କମ୍ପାନିଙ୍କ ସିପମେଣ୍ଟ 80 ପ୍ରତିଶତ ରହିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଚୀନର ମୋବାଇଲ କମ୍ପାନି ସାଓମି, ଭିଭୋ,ଅପୋ ଆୟକର ବିଭାଗର ନଜରରେ ରହିଛି । ଏହି କମ୍ପାନି ଗୁଡିକ ଉପରେ ଟିକସ ଚୋରିର ଅଭିଯୋଗ ରହିଛି । ନିକଟରେ ଏହି କମ୍ପାନି ଗୁଡିକ ବିଭିନ୍ନ ଶାଖା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢଉ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+