ଆୟକର ରିଟର୍ଣ୍ଣ: ଏହି ତାରିଖ ସୁଦ୍ଧା ଆୟକର ଦାଖଲ ନ କଲେ ହେବ ବଡ଼ ଅସୁବିଧା !
Income Tax Return: ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆୟକର ଦାଖଲ କରିବାର ଶେଷ ତାରିଖ ପାଖେଇ ଆସୁଛି । ଆୟକର ରିଟର୍ଣ୍ଣ ଦାଖଲ ଦାଖଲ କରିବାର ଶେଷ ତାରିଖ ଆଉ ଖୁବ କମ ଦିନ ରହିଛି । ପ୍ରତ୍ୟେକ ବ୍ୟକ୍ତିଗତ ଟିକସଦାତା ତାଙ୍କ ଆୟକର ରିଟର୍ଣ୍ଣ ସଠିକ୍ ସମୟରେ ଦାଖଲ କରିବା ଆବଶ୍ୟକ । ଯଦି ସମୟସୀମା ଭିତରେ ଏହା କରା ନଯାଏ, ତେବେ ଟିକସ ଦାତାମାନେ ବଡ଼ ସମସ୍ୟାରେ ପଡି ପାରନ୍ତି ।
ଆୟକର ରିଟର୍ଣ୍ଣ ସମୟସୀମା
ଆୟକର ବିଭାଗର ତାଜା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୪ କୋଟିରୁ ଅଧିକ ଟିକସଦାତା ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ କରିସାରିଛନ୍ତି । ତଥାପି ଅନେକ ସଂଖ୍ୟାରେ ଜନତା ବର୍ତ୍ତମାନ ସୁଦ୍ଧା ITR ବା ଆୟକର ଦାଖଲ କରି ନାହାନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣ ଠିକ୍ ସମୟରେ ITR ଫାଇଲ୍ ନକରନ୍ତି, ତେବେ ପରେ ବଡ କ୍ଷତି ସହିବାକୁ ପ୍ରସ୍ତୁତ ହେବାକୁ ପଡିବ । ଜୁଲାଇ ୩୧ ହେଉଛି ଆୟକର ଦାଖଲର ଶେଷ ତାରିଖ ।

ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ ନ କଲେ କଣ ହେବ ?
ଯେତେବେଳେ ଧାର୍ଯ୍ୟ ହୋଇଥିବା ଶେଷ ତାରିଖ ପରେ ଆୟକର ରିଟର୍ଣ୍ଣ ଦାଖଲ ହୁଏ, ଏହାକୁ ବେଲାଟେଡ୍ ରିଟର୍ନ କୁହାଯାଏ । ଯଦି ନିର୍ଦ୍ଦିଷ୍ଟ ତଥା ନିର୍ଦ୍ଧାରିତ ତାରିଖ ସୁଦ୍ଧା ରିଟର୍ନ ଦାଖଲ କରି ନାହାନ୍ତି, ତେବେ ପରେ ଆପଣ ଆଦୈ ରିଟର୍ନ ଫାଇଲ୍ କରିବାକୁ ସମର୍ଥ ହେବେ ନାହିଁ ।
ରିଟର୍ଣ୍ଣ ଫାଇଲ୍ ପ୍ରକ୍ରିୟା କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ହେଉଛି ୨୦୨୩ ମସିହା ୩୧ ଡିସେମ୍ବର । ଅର୍ଥାତ୍ ଆପଣ ଯଦି ୩୧ ଜୁଲାଇ ମଧ୍ୟରେ ଆଇଟିଆର (ITR) ଫାଇଲ୍ କରି ନାହାନ୍ତି । ତେବେ ନିଶ୍ଚିତ ଭାବରେ ୩୧ ଡିସେମ୍ୱର ମଧ୍ୟରେ ଫାଇଲ୍ କରି ନିଅନ୍ତୁ ।
ବଢିବ କି ଆୟକର ଦାଖଲ ସମୟସୀମା ?
ତେବେ ସୋସିଆଲ ମିଡିଆ ଆୟକର ଦାଖଲ ସମୟସୀମା ବୃଦ୍ଧି କରିବାକୁ ଦାବି ଜୋର ଧରିଛି । ଜୁଲାଇ ୩୧ ପରିବର୍ତ୍ତେ ଆୟକର ଦାଖଲ ତାରିଖ ଆଉ କିଛି ଦିନ ବଢାଇବାକୁ କୁହାଯାଉଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି କୋଟି କୋଟି କରଦାତା । ଅନ୍ୟପଟେ କେନ୍ଦ୍ର ସରକାର ଆୟକର ସମୟ ସୀମା ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଦିଲ୍ଲୀ, ଗୁଜରାଟ ସମେତ ଆହୁରି ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍କଟ ସମସ୍ୟା ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ଆଇନଜୀବୀ ଟିକସ ଆସୋସିଏସନ ATBA ଏବଂ ସେଲ୍ସ ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖା ଯାଇଛି । ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ITR ଦାଖଲ ସମୟ ସୀମା ବୃଦ୍ଧି କରିବାକୁ ଚିଠି ମାଧ୍ୟମରେ ଦାବି ଜଣାଯାଇଛି । କିନ୍ତୁ ରାଜସ୍ୱ ସଚିବ କହିଛନ୍ତି ଯେ, ଡେଡଲାଇନ୍ ବୃଦ୍ଧି ପାଇବାକୁ ଆଶା ନ ରଖି ଜୁଲାଇ ୩୧ ସୁଦ୍ଧା ସମସ୍ତେ ଆୟକର ଦାଖଲ କରି ନିଅନ୍ତୁ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା












Click it and Unblock the Notifications