ବଜେଟ ଅଧିବେଶନରେ ଟିମ ଇଣ୍ଡିଆର ପ୍ରଶଂସା
ଚଳିତ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ କ୍ରିକେଟ୍ ଦଳକୁ ପ୍ରଶଂସା କରିଛନ୍ତି।
ନୂଆଦିଲ୍ଲୀ: ଚଳିତ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ କ୍ରିକେଟ୍ ଦଳକୁ ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତର ବିଜୟକୁ ଅର୍ଥମନ୍ତ୍ରୀ ଟିମ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି।

ଉଲ୍ଲେଖଥାଉ କି, 2018 ମସିହା ପରେ ଅଷ୍ଟ୍ରେଲିଆ ମାଟିରେ ଏହା ଭାରତର ଐତିହାସିକ ବିଜୟ ହୋଇଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ଓ ଅନେକ ପ୍ରମୁଖ ଖେଳାଳିଙ୍କ ଆହାତ ହେବା ଓ ସିରିଜରୁ ବାଦ ପଡିବା ସତ୍ବେ ମଧ୍ୟ ଭାରତ ଏହି ଟେଷ୍ଟ ସିରିଜରେ ବିଜୟ ହାସଲ କରିଥିଲା ।
ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ରେ ବଜେଟ୍ ଅଭିଭାଷଣ ଆରମ୍ଭ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ଚଳିତ ବର୍ଷ ପେପର ଲେସ ବଜେଟ ଉପସ୍ଥାପିତ ହୋଇଛି ।












Click it and Unblock the Notifications