ପୁଣି ଉମର ମୁହାଁ ସୁନା ଓ ରୁପା ଦର,ଜାଣନ୍ତୁ ଆଜିର ଦର
ଗତ କିଛି ଦିନ ହେବ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। କାରଣ ସୁନା ଏବଂ ରୂପା ଦର ସାମାନ୍ୟ ମାତ୍ରାରେ କମୁଥିଲା। କିନ୍ତୁ ଆଜି ସୁନା ଏବଂ ରୂପା ଦର ବୃଦ୍ଧି ଘଟିଛି। ଆଜି ୨୪ କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୨୨୯୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୫୬ ହଜାର ୪୯୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନାର ଦାମ୍ ଆଜି ୨୧୦୦ ଟଙ୍କା ବୃଦ୍ଧି ଘଟିଛି। ୨୨ କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୪୩ହଜାର ୪୫୦ ଟଙ୍କା ହୋଇଛି ।

ଅନ୍ୟପଟେ ରୂପା ଦର ମଧ୍ୟ ବୃଦ୍ଧି ଘଟିଛି । ରୂପା ଦର ୧୦ହଜାର ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ୍ ପିଛା ୨ଲକ୍ଷ ୭୦ ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୬୦ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି ।












Click it and Unblock the Notifications