Get Updates
Get notified of breaking news, exclusive insights, and must-see stories!

ଅନଲାଇନରେ ଭୁଲରେ ଅନ୍ୟ କାହାକୁ ପଠାଇ ଦେଇଛନ୍ତି କି ଟଙ୍କା ? ଏଭଳି କରି ଫେରି ପାଆନ୍ତୁ

ଯେଉଁ ବ୍ୟକ୍ତିଙ୍କୁ ଆପଣ ଟଙ୍କା ପଠାଇବାକୁ ଚାହୁଁଥିବେ ତାହା ତାଙ୍କ ପାଖକୁ ନଯାଇ ବେଳେବେଳେ ଅନ୍ୟ ପାଖକୁ ପଳାଏ । ଏହି କ୍ଷେତ୍ରରେ କିଭଳି ଟଙ୍କା ଆପଣ ଫେରି ପାଇବେ ପଢନ୍ତୁ ।

ଡିଜିଟାଲ ଯୁଗରେ ଅଧିକାଂଶ ଲୋକ ଅନଲାଇନ ମାଧ୍ୟମରେ ଟଙ୍କା ନେଣ-ଦେଣ କରୁଛନ୍ତି । ଅନଲାଇନ୍ ଟଙ୍କା ପୈଠ କରିବାରେ ଅନେକ ମାଧ୍ୟମ ରହିଛି ଯେପରିକି ୟୁପିଆଇ, ମୋବାଇଲ୍ ବ୍ୟାଙ୍କିଂ ଅବା ନେଟ୍ ବ୍ୟାଙ୍କିଂ । ତେବେ ଏହି ସବୁ ମାଧ୍ୟମରେ ଟଙ୍କା ପଠାଇବା ସମୟରେ ଅନେକ ଥର ଗଡବଡ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କୁ ଆପଣ ଟଙ୍କା ପଠାଇବାକୁ ଚାହୁଁଥିବେ ତାହା ତାଙ୍କ ପାଖକୁ ନଯାଇ ବେଳେବେଳେ ଅନ୍ୟ ପାଖକୁ ପଳାଏ । ଏହି କ୍ଷେତ୍ରରେ କିଭଳି ଟଙ୍କା ଆପଣ ଫେରି ପାଇବେ ପଢନ୍ତୁ ।

ଆଗ ପଚାରି ନିଅନ୍ତୁ

ଆପଣ ଯାହା ପାଖକୁ ଟଙ୍କା ପଠାଉଛନ୍ତି ତାଙ୍କ ଠାରୁ ନିଶ୍ଚିନ୍ତ ହୁଅନ୍ତୁ ଯେ ଟଙ୍କା ତାଙ୍କ ପାଖକୁ ହିଁ ଯାଇଛି । ଅନେକ ଥର ଆମେ ଟଙ୍କା ପଠାଇଥିବା ବ୍ୟକ୍ତି ଜଣଙ୍କୁ ପଚାରିବାକୁ ଅଧିକ ସମୟ ନେଉ କିମ୍ବା ଭୁଲି ଯାଉ । ଏହି କ୍ଷେତ୍ରରେ ଯଦି ଅନ୍ୟ କାହା ଆକାଉଣ୍ଟକୁ ଟଙ୍କା ଯାଇଛି ତାହାଲେ ଅସୁବିଧା ହୋଇ ପାରେ । ସେଥିପାଇଁ ଆପଣ ପ୍ରଥମେ ଟଙ୍କା ପଠାଇବା ପରେ ନିଶ୍ଚିନ୍ତ ହୁଅନ୍ତୁ ।

ବ୍ୟାଙ୍କକୁ ଜଣାନ୍ତୁ

ଯଦି ଆପଣ ଭୁଲ୍ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଛନ୍ତି ତେବେ ବିନା ଡେରି କରି ପ୍ରଥମେ ବ୍ୟାଙ୍କକୁ ଜଣାନ୍ତୁ । ବ୍ୟାଙ୍କକୁ ଆପଣ ଟ୍ରାନଜାକସନର ସମସ୍ତ ବିବରଣୀ ଦିଅନ୍ତୁ । କେଉଁ ସମୟରେ ଟଙ୍କା ପଠାଇଥିଲେ, ଆପଣଙ୍କ ଆକାଉଣ୍ଟ ନମ୍ବର ଓ ଯେଉଁ ଆକାଉଣ୍ଟକୁ ଭୁଲରେ ଯାଇଛି ସେହି ଆକାଉଣ୍ଟ ନମ୍ବର ଆଦି ବ୍ୟାଙ୍କ ଅଧିକାରୀଙ୍କୁ ଦିଅନ୍ତୁ ।

ଅନଲାଇନ୍ ପେମେଣ୍ଟ୍

ଆପଣଙ୍କ ବ୍ରାଞ୍ଚ୍ କୁ ଯାଆନ୍ତୁ

ଅନେକ ଥର ଏପରି ହୁଏ ଯେ ଯଦି ଆପଣ ଆକାଉଣ୍ଟ ନମ୍ବର କିମ୍ବା ଆଇଏଫସି କୋର୍ଡ ଭୁଲ୍ ଲେଖିଛନ୍ତି ତାହାଲେ ଏହି କ୍ଷେତ୍ରରେ ଟଙ୍କା ପୁଣି ଥରେ ଆପଣଙ୍କ ଆକାଉଣ୍ଟକୁ ଫେରିଆସେ । ଯଦି ଟଙ୍କା ଆସୁ ନାହଁ ତାହାଲେ ତୁରନ୍ତ ଆପଣଙ୍କ ବ୍ରାଞ୍ଚକୁ ଯାଆନ୍ତୁ । ବ୍ୟାଙ୍କ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାନ୍ତୁ । ଯଦି ଆପଣ ଅନ୍ୟ ବ୍ୟାଙ୍କକୁ ଟଙ୍କା ପଠାଇ ଦେଇଛନ୍ତି ତାହେଲେ ଏହା ପୁଣି ଫେରି ଆସିବ ।

ଟଙ୍କା ଆସିବାକୁ ସମୟ ଲାଗିପାରେ

ଯଦି ଆପଣଙ୍କ ଟଙ୍କା ଅନ୍ୟ କେଉଁ ବ୍ୟାଙ୍କକୁ ଯାଇଛି ତାହେଲେ ଟଙ୍କା ଫେରିବାକୁ ଟିକେ ସମୟ ଲାଗେ । ଆନୁମାନିକ ଭାବରେ ବ୍ୟାଙ୍କ ଏହି ଟଙ୍କା ଫେରି ପାଇବାକୁ 2 ମାସ ଯାଏଁ ସମୟ ନିଏ । ଏହାବାଦ୍ ଆପଣ ବ୍ୟାଙ୍କରୁ ମଧ୍ୟ ଏନେଇ ତଥ୍ୟ ନେଇ ପାରିବେ ଯେ ଆପଣଙ୍କ ଟଙ୍କା କେଉଁ ସହରର, କେଉଁ ବ୍ରାଞ୍ଚର କାହା ଆକାଉଣ୍ଟକୁ ଯାଇଛି । ଏହାପରେ ଆପଣ ଉକ୍ତ ବ୍ରାଞ୍ଚ ସହ କଥା ହୋଇ ଆପଣଙ୍କ ଟଙ୍କା ଫେରି ପାଇ ପାରିବେ ।

ଅନଲାଇନ୍ ପମେଣ୍ଟ୍

ବ୍ୟାଙ୍କର ନିର୍ଦ୍ଦେଶ

ଭୁଲ ଆକାଉଣ୍ଟକୁ ଟଙ୍କା ଯିବାମାତ୍ରେ ଆପଣଙ୍କ ପାଖକୁ ଏକ ମେସେଜ୍ ଆସିଥାଏ । ଯେଉଁଥିରେ ଲେଖା ହୋଇଥାଏ ଯଦି ଆପଣଙ୍କ ଟ୍ରାନଜାକସନ୍ ଭୁଲ୍ ଖାତା ବା ଆଖାଉଣ୍ଟକୁ ହୋଇଛି ତାହାଲେ ମେସେଜ୍ କରନ୍ତୁ । ଏଠାରେ ଆପଣଙ୍କୁ କହି ରଖୁଛୁ କି ଆରବିଆଇର ଗାଇଡଲାଇନ୍ ଅନୁସାରେ ଯଦି ଆପଣଙ୍କ ଟଙ୍କା ଭୁଲ୍ ଆକାଉଣ୍ଟକୁ ଯାଉଛି ତାହାଲେ ସଂପୃକ୍ତ ବ୍ୟାଙ୍କ ତୁରନ୍ତ ଏଦିଗରେ ପଦକ୍ଷେପ ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+