Get Updates
Get notified of breaking news, exclusive insights, and must-see stories!

ଆପଣ ପର୍ସନାଲ ଲୋନ୍ ନେବା ପାଇଁ ଚାହୁଁଛନ୍ତି କି, ପ୍ରଥମେ ଜାଣନ୍ତୁ କେଉଁ ବ୍ୟାଙ୍କ ନେଉଛି କେତେ ସୁଧହାର

ଭୁବନେଶ୍ୱର: ଆଜିକାଲି, ଯଦି ଭଲ କ୍ରେଡିଟ ସ୍କୋର ଥାଏ ତେବେ ବ୍ୟାଙ୍କଗୁଡିକ ଦ୍ୱାରା ପର୍ସନାଲ ଲୋନ୍ ସହଜରେ ଦିଆଯାଏ ।ପର୍ସନାଲ ଲୋନ୍ ନେଇ, ଆପଣ ଏହି ଟଙ୍କାକୁ ନିଜ ଇଚ୍ଛା ଅନୁଯାୟୀ ବ୍ୟବହାର କରିପାରିବେ, ଯେମିତିକି ବିବାହ, ଜରୁରୀକାଳୀନ, ଶିକ୍ଷା ଇତ୍ୟାଦି କ୍ଷେତ୍ରରେ । ପର୍ସନାଲ ଲୋନ ହେଉଛି ଏକ ଅସୁରକ୍ଷିତ ଋଣ , ଯେଉଁଥିପାଇଁ ହୋମ ଲୋନ୍ ଏବଂ ଗୋଲ୍ଡ ଲୋନ୍ ଠାରୁ ପର୍ସନାଲ ଲୋନ୍‌ରେ ସୁଧ ହାର ରହିଥାଏ ଅଧିକ । ଏଭଳି ପରିସ୍ଥିତିରେ, ଆମେ ଋଣ ନେବା ପୂର୍ବରୁ ସମସ୍ତ ବ୍ୟାଙ୍କର ସୁଧ ହାର ତୁଳନା କରିବା ଉଚିତ୍ ।

ଏସବିଆଇ

ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ପର୍ସନାଲ ଲୋନ୍ ଉପରେ ୧୨.୩୦ ପ୍ରତିଶତରୁ ୧୪.୩୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ଆଦାୟ କରୁଛି । ଏଥି ସହିତ ସରକାରୀ କର୍ମଚାରୀ ଏବଂ ସଶସ୍ତ୍ର ବାହିନୀ ସହିତ ଜଡିତ ଲୋକଙ୍କ ପାଇଁ ସୁଧ ହାର ୧୧.୩୦ ପ୍ରତିଶତରୁ ୧୩.୮୦ ପ୍ରତିଶତ ଏବଂ ୧୧.୧୫ ପ୍ରତିଶତରୁ ୧୨.୬୫ ପ୍ରତିଶତ ମଧ୍ୟରେ ରହିଛି ।


ଆଇସିଆଇସିଆଇ ବ୍ୟାଙ୍କ

ଆଇସିଆଇସିଆଇ ବ୍ୟାଙ୍କ ପର୍ସନାଲ ଲୋନ୍ ଉପରେ ୧୦.୬୫ ପ୍ରତିଶତରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ଆଦାୟ କରୁଛି । ବ୍ୟାଙ୍କ ଋଣ ପରିମାଣର ୨.୫୦ ପ୍ରତିଶତ ପ୍ରେସିସିଂ ଫି ଭାବରେ ଚାର୍ଜ କରୁଛି ।

Personal Loan

ଏଚଡିଏଫସି ବ୍ୟାଙ୍କ

ଏଚଡ଼ିଏଫସି ବ୍ୟାଙ୍କ ୧୦.୫ ପ୍ରତିଶତରୁ ୨୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାରରେ ପର୍ସନାଲ ଲୋନ ପ୍ରଦାନ କରୁଛି । ବ୍ୟାଙ୍କ ଦ୍ୱାରା ଆଦାୟ କରାଯାଉଥିବା ପ୍ରୋସେସିଂ ଫି ୪,୯୯୯ ଟଙ୍କା ରହିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପର୍ସନାଲ ଲୋନ୍ ଉପରେ ସୁଧ ହାର ୧୩.୭୫ ପ୍ରତିଶତରୁ ୧୭.୨୫ ପ୍ରତିଶତ ମଧ୍ୟରେ ରହିଛି । ବ୍ୟାଙ୍କ ସରକାରୀ କର୍ମଚାରୀଙ୍କ ପାଇଁ ୧୨.୭୫ ପ୍ରତିଶତରୁ ୧୫.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରୁଛି ।

ୟେସ୍ ବ୍ୟାଙ୍କ

ୟେସ୍ ବ୍ୟାଙ୍କ ପର୍ସନାଲ ଲୋନ୍ ଉପରେ ସୁଧ ହାର ୧୦.୪୯ ପ୍ରତିଶତରୁ ଆରମ୍ଭ ହୋଇଛି । ଏହି ସୁଧ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ୍ ପାଇଁ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+