ଦୀପାବଳୀରେ ବଢିଲା ଦର , ଏବେ ମହଙ୍ଗା ହେଲା ଗହମ
ଖାଦ୍ୟ ସାମଗ୍ରୀରେ ବଢୁଛି ଦର। ବର୍ତ୍ତମାନ ଅଟା,ମଇଦା ଓ ସୁଜି ହୋଇଛି ମହଙ୍ଗା ।
ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ । ଦୁର୍ଗାପୂଜା ପରେ ଆଲୋକର ପର୍ବ ଦୀପାବଳି ପାଳିଛନ୍ତି ଦେଶବାସୀ। ପୂର୍ବରୁ ବଢିଥିଲା ଅନେକ ଖାଦ୍ୟ ସାମଗ୍ରୀର ଦର। କେବେ ବେଳେ ପନି ପରିବା ତ ଆଉ କେବେ ଖାଦ୍ୟ ସାମଗ୍ରୀରେ ବଢୁଛି ଦର। ବର୍ତ୍ତମାନ ଅଟା,ମଇଦା ଓ ସୁଜି ହୋଇଛି ମହଙ୍ଗା ।

ବର୍ତ୍ତମାନ ଏଫସିଆଇ ପାଖରେ ଗହମ ଗଚ୍ଛିତ ରହିଛି । ହେଲେ ଏହାକୁ ସେ ଖୋଲା ବଜାରରେ ବିକ୍ରି କରୁନାହିଁ । କର୍ପୋରେଟ ସଂସ୍ଥା ମାନେ ଏହାର ଫାଇଦା ଉଠାଇ ଗଚ୍ଛିତ ଥିବା ଗହମକୁ କୁଇଣ୍ଟାଲ ପିଛା 1900 ବଦଳରେ 2700 ଟଙ୍କାରେ ବିକ୍ରି କରୁଛନ୍ତି। ଯଦି ଶୀଘ୍ର ଏଫସିଆଇ ଗହମକୁ ଖୋଲା ବଜାରରେ ନ ବିକ୍ରି କଲେ ଦର ଦାମ ଉପରେ ନିୟନ୍ତ୍ରଣ ଆସିବ ନାହିଁ କହିଛି ବ୍ୟବସାୟୀ ମହାସଂଘ ।












Click it and Unblock the Notifications