Get Updates
Get notified of breaking news, exclusive insights, and must-see stories!

ମୁଢ଼ି ଓ କ୍ଷୀର ଆଦି ସାମଗ୍ରୀ ଉପରେ ଲାଗିବ ଜିଏସଟି

ଏବେ ମୁଢି ଉପରେ ବି ଲାଗିବ ଜିଏସଟି । ଏ ନେଇ ଜିଏସଟି ବୈଠକରେ ନିଷ୍ପତି ନିଆଯାଇଛି । ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଭଳି ୫% ପ୍ରତିଶତ ଜିଏସଟି ଲାଗିବ ।

ନୂଆଦିଲ୍ଲୀ: ଏବେ ମୁଢି ଉପରେ ବି ଲାଗିବ ଜିଏସଟି । ଏ ନେଇ ଜିଏସଟି ବୈଠକରେ ନିଷ୍ପତି ନିଆଯାଇଛି । ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଭଳି ୫% ପ୍ରତିଶତ ଜିଏସଟି ଲାଗିବ । ମୁଢି, ଚୂଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ ।

GST

ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସେଜ ଆଣ୍ଡ କଷ୍ଟମ୍ସ (ସିବିଡିଟି)ର ନୂଆ ବିଜ୍ଞପ୍ତି ଅନୁଯାୟୀ ୧୮ ଜୁଲାଇ ଅର୍ଥାତ ସୋମବାରଠୁ ଜିଏସଟି ହାର ଲଗାଯିବ । ଏହି କାରଣରୁ କ୍ଷୀର ଜାତୀୟ ପ୍ୟାକିଙ୍ଗ ହେଉଥିବା ଦ୍ରବ୍ୟ ମହଙ୍ଗା ହୋଇଯିବ । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ପରିଷଦ ବୈଠକରେ କ୍ଷୀର ଜାତୀୟ ଦ୍ରବ୍ୟକୁ ପ୍ରଥମ ଥର ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଟେଟ୍ରା ପ୍ୟାକ ଦହି, ଲସି ଏବଂ ବଟର ମିଲ୍କ ଉପରେ ୫ ପ୍ରତିଶତ ଜିଏସଟି ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହିପରି ବ୍ଲେଡ, ପେପର କଇଁଚି, ପେନସିଲ କଟର, ଚାମଚ, କଣ୍ଟା ଚାମଚ, ସ୍କିମର୍ସ ଏବଂ କେକ ସର୍ଭିସ ଆଦି ଦ୍ରବ୍ୟ ଉପରେ ସରକାର ଜିଏସଟି ବୃଦ୍ଧି କରିଛନ୍ତି । ଏବେ ଏହା ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଆଦାୟ କରାଯିବ ।

ସୂଚନାଥାଉ କି, ଓଡିଶାରେ ମୁଢି ଏକ ପ୍ରିୟ ଖାଦ୍ୟ । ମୟୁରଭଞ୍ଜ, ବାଲେଶ୍ୱର ଭଦ୍ରକ ସହ ଉପକୂଳବର୍ତୀ ଜିଲ୍ଲାରେ ମୁଢିକୁ ପ୍ରମୁଖ ଖାଦ୍ୟ ଭାବେ ନିଆଯାଏ । ଅନେକ ଲୋକ ଜଳିଖିଆରେ ମୁଢିକୁ ବ୍ୟବହାର କରିଥାନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+