GST ହ୍ରାସ ପରେ ଉଛୁଳିଲା ସେୟାର ବଜାର, ନିବେଶକଙ୍କ ମଧ୍ୟରେ ଉତ୍ସାହ
ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଜିଏସଟି କମ ହେବା ନେଇ ଘୋଷଣା କରିଥିଲେ । ଏହା ପରେ ଭାରତୀୟ ସେୟାର ବଜାର ଉପରମୁହାଁ ହୋଇଥିଲା । ଏବେ ଜିଏସଟି ପରିଷଦ ବୈଠକରେ ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ଏବଂ ସେପ୍ଟେମ୍ବର ୨୨ରୁ ସମସ୍ତ ଜିନିଷର ମୂଲ୍ୟ ହ୍ରାସ ପାଇବ ବୋଲି ଜଣାଯାଇଛି, ଯାହା ଦେଶର ସାଧାରଣ ଲୋକଙ୍କ ପାଇଁ ଏକ ପୂର୍ବ ଦୀପାବଳି ଉପହାର ହେବ।
ବୁଧବାର ଅନୁଷ୍ଠିତ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ପ୍ରଭାବ ଏବେ ଭାରତୀୟ ସେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳ ୯ଟା ୨୭ ରେ, BSE ସେନସେକ୍ସ 573.96 ପଏଣ୍ଟର ଏକ ଦୃଢ଼ ଉଠାଣ ସହିତ 81,141.67 ସ୍ତରରେ କାରବାର କରୁଥିବା ଦେଖାଯାଇଥିଲା। ସେହିପରି, NSE ନିଫ୍ଟି ମଧ୍ୟ 162.05 ପଏଣ୍ଟର ବୃଦ୍ଧି ସହିତ 24,877.10 ସ୍ତରରେ କାରବାର କରୁଥିଲା।

ବୁଧବାର GST ପରିଷଦ ଘୋଷଣା କରିଛି ଯେ ବର୍ତ୍ତମାନ କେବଳ ଦୁଇଟି ସ୍ଲାବ ରହିବ, 5% ଏବଂ 18%। ତଥାପି, ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ 40% ଟିକସ ମଧ୍ୟ ଘୋଷଣା କରାଯାଇଥିଲା। ଜିଏସଟି ହ୍ରାସ ନିଷ୍ପତି ପରେ ସୁଧୁରିଛି ବଜାର ବ୍ୟବସ୍ଥା।












Click it and Unblock the Notifications