Get Updates
Get notified of breaking news, exclusive insights, and must-see stories!

ମେ ମାସରେ ରେକର୍ଡ ସଂଖ୍ୟକ GST କଲେକ୍ସନ, ଲକ୍ଷ କୋଟି ଟପିଲା୨ ଜିଏସ୍‌ଟି ଆଦାୟ

ମେ' ମାସରେ ସରକାର ଜିଏସଟି କଲେକ୍ସନ କରିଛନ୍ତି ୨.୦୧ ଲକ୍ଷ କୋଟି ଟଙ୍କା। ଏହି କଲେକ୍ସନ ବାର୍ଷିକ ଆଧାରରେ ୧୬.୪ ପ୍ରତିଶତ। ଗତ ବର୍ଷ ମେ' ୨୦୨୪ରେ ସରକାରଙ୍କୁ ଜିଏସଟିରେ ସମୁଦାୟ ୧.୭୨ ଲକ୍ଷ ଟଙ୍କାର ଆମଦାନୀ ହୋଇଥିଲା, ସେହିପରି ୨୦୨୫ ମେ' ରେ ଏଥିରେ ୧୬.୭ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଏହା ୨.୦୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛନ୍ତି।

ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୨୪ ରେ ଜିଏସଟି ସଂଗ୍ରହ ୨.୧୦ ଲକ୍ଷ କୋଟି ଟଙ୍କା ଥିଲା। ୧ ଜୁଲାଇ ୨୦୧୭ ରୁ ଦେଶରେ ଜିଏସଟି ଲାଗୁ ହେବା ପରେ ଏହା ଦ୍ୱିତୀୟ ସର୍ବାଧିକ ସଂଗ୍ରହ ଥିଲା। ମାର୍ଚ୍ଚ ୨୦୨୫ ରେ ଜିଏସଟି ସଂଗ୍ରହ ୧.୯୬ ଲକ୍ଷ କୋଟି ଟଙ୍କା ଥିଲା।

GST

ସେହି ସମୟରେ, ମାର୍ଚ୍ଚ ମାସରେ ମୋଟ ଜିଏସଟି ସଂଗ୍ରହ ୯.୯ ପ୍ରତିଶତ ବୃଦ୍ଧି ପାଇ ୧.୯୬ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଘରୋଇ କାରବାରରୁ ଜିଏସଟି ରାଜସ୍ୱ ମାର୍ଚ୍ଚ ମାସରେ ୮.୮ ପ୍ରତିଶତ ବୃଦ୍ଧି ପାଇ ୧.୪୯ ଲକ୍ଷ କୋଟି ଟଙ୍କା ହୋଇଛି, ଯେତେବେଳେ ଆମଦାନୀ ସାମଗ୍ରୀରୁ ରାଜସ୍ୱ ୧୩.୫୬ ପ୍ରତିଶତ ବୃଦ୍ଧି ପାଇ ୪୬୯୧୯ କୋଟି ଟଙ୍କା ହୋଇଛି।

ସେପଟେ ମେ ମାସରେ ରିଫଣ୍ଡ ୪ ପ୍ରତିଶତ ହ୍ରାସ ପାଇ ୨୭,୨୧୦ କୋଟି ଟଙ୍କା ହୋଇଛି। ଏହା ପରେ ନେଟ୍ ଜିଏସଟି କଲେକ୍ସନ ୧.୭୪ ଲକ୍ଷ କୋଟି ଟଙ୍କା ରହିଛି। ଯାହା ଗତ ବର୍ଷ ଠାରୁ ୨୦.୪ ପ୍ରତିଶତ ଅଧିକ।

ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଏବଂ ତାମିଲନାଡୁ ଭଳି ବଡ଼ ରାଜ୍ୟଗୁଡ଼ିକ ସଂଗ୍ରହରେ ୧୭ ପ୍ରତିଶତରୁ ୨୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛନ୍ତି। ଗୁଜରାଟ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ଭଳି ଛୋଟ ରାଜ୍ୟଗୁଡ଼ିକ ମଧ୍ୟ ୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରିଛନ୍ତି। ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ ଭଳି କିଛି ରାଜ୍ୟରେ ଜିଏସଟି ସଂଗ୍ରହ ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+