ଏପ୍ରିଲରେ ରେକର୍ଡ ପରିମାଣରେ ଜିଏସଟି ସଂଗ୍ରହ, ସରକାରଙ୍କୁ ମିଳିଲା ୨.୩୭ ଲକ୍ଷ କୋଟି ଟଙ୍କା
୨୦୨୫ ଏପ୍ରିଲରେ ରେକର୍ଡ ଜିଏସଟି ସଂଗ୍ରହ ହୋଇଛି । କେନ୍ଦ୍ର ସରକାର ଏପ୍ରିଲରେ ସେବା ଓ ବସ୍ତୁ କର ବାବଦରୁ ୨.୩୭ ଲକ୍ଷ କୋଟି ଟଙ୍କା ପାଇଛନ୍ତି । ବାର୍ଷିକ ଆଧାରରେ ଏଥିରେ ୧୨.୬ ପ୍ରତିଶତ ବୃଦ୍ଧି ହୋଇଛି , ଯାହା ୧୭ ମାସ ମଧ୍ୟରେ ସର୍ବାଧିକ। ଖବର ଅନୁଯାୟୀ, ଏପ୍ରିଲ ୨୦୨୪ରେ ଜିଏସଟି ସଂଗ୍ରହ ୨.୧୦ ଲକ୍ଷ କୋଟି ଥିଲା, ଯାହାକି ସେତେବେଳେ ସର୍ବକାଳୀନ ରେକର୍ଡ ଥିଲା। କିନ୍ତୁ ଏପ୍ରିଲ ୨୦୨୫ ଏହି ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ଛିଡ଼ା କରିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ୧ ଲକ୍ଷ ୯୬ ଲକ୍ଷ କୋଟି ଟଙ୍କା ଥିଲା ।

ଗ୍ରସ୍ ଟ୍ୟାକ୍ସ କଲେକ୍ସନ ଦୃଷ୍ଟିରୁ ଗତ ନଭେମ୍ୱରରେ ଆଜି ଯାଏ ତୃତୀୟ ସର୍ବାଧିକ ଜିଏସଟି ସଂଗ୍ରହ ହୋଇଥିଲା । ଏହା ପୂର୍ବରୁ ୨୦୨୪ ଏପ୍ରିଲରେ ସବୁଠୁ ଅଧିକ ୨.୧୦ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା । ରେକର୍ଡ ଜିଏସଟି ସଂଗ୍ରହ ମଜଭୁତ ଘରୋଇ ଅର୍ଥବ୍ୟବସ୍ଥାକୁ ଦର୍ଶାଉଛି ।












Click it and Unblock the Notifications