ଫେବ୍ରୁଆରି ୨୮ରେ ଅବସର ନେବେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍, କିଏ ହେବେ ପରବର୍ତ୍ତୀ ମୁଖ୍ୟ?
ନୂଆଦିଲ୍ଲୀ: ପୁଞ୍ଜି ବଜାରର ନିୟାମକ ସଂସ୍ଥା ସେବି ର ବିବାଦୀୟ ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କୁ ସରକାର ଆଉ ଏକ ସୁଯୋଗ ଦେବେନାହିଁ। ତାଙ୍କ ଉତ୍ତରାଧିକାରୀ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞାପନ ପ୍ରକାଶ ପାଇଛି।
ସେବି ମୁଖ୍ୟ ଶ୍ରୀମତୀ ବୁଚ୍ଙ୍କ କାର୍ଯ୍ୟକାଳ ଫେବ୍ରୁ୍ଆରି ୨୮ରେ ଶେଷ ହେବ। ୨୦୨୨ରେ ସେ ଏହି ପଦରେ ଅବସ୍ଥାପିତ ହୋଇଥିଲେ। ସେ ଥିଲେ ସେବିର ପ୍ରଥମ ମହିଳା ମୁଖ୍ୟ। କିନ୍ତୁ ତାଙ୍କ କାର୍ଯ୍ୟକାଳ ବେଶ୍ ବିବାଦୀୟ ରହିଥିଲା। ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ୍ କରିଥିବା ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ତାଙ୍କ ବିରୋଧରେ ସଙ୍ଗିନ ଦ୍ୱୈତ୍ୱ ସ୍ୱାର୍ଥ ଅଭିଯୋଗ ଆଣିଥିଲା।

ସେବିର ମୁଖ୍ୟ ପଦରେ ଥାଇ ଯେଉଁ ସମସ୍ତ କମ୍ପାନି ବିରୋଧରେ ତଦନ୍ତ ଚାଲିଛି, ସେମାନଙ୍କ ସହ ସେ ବ୍ୟାବସାୟିକ ସମ୍ପର୍କ ରଖିଥିଲେ ବୋଲି ହିଣ୍ଡେନ୍ବର୍ଗ ଅଭିଯୋଗ କରିଥିଲା। ଆର୍ଥକ କ୍ଷେତ୍ର ନିୟାମକ ନିଯୁକ୍ତି ଅନ୍ୱେଷଣ କମିଟିର ସୁପାରିସ ଆଧାରରେ କେନ୍ଦ୍ର ସରକାର ସେବି ମୁଖ୍ୟଙ୍କୁ ନିଯୁକ୍ତ କରିଥାନ୍ତି।












Click it and Unblock the Notifications