21 ବର୍ଷ ପରେ ମିଳିବ 68 ଲକ୍ଷ ଟଙ୍କା ! ଝିଅ ପାଇଁ ଜାଣନ୍ତୁ ସରକାରଙ୍କ ଏହି ସ୍କିମ୍ ବିଷୟରେ
ସୁକନ୍ୟା ସମୃଦ୍ଧି ଯୋଜନା । ଏହି ଯୋଜନାରେ ଆପଣ ଟଙ୍କା ନିବେଶ କଲେ ଆପଣଙ୍କୁ ଅଧିକ ଟଙ୍କା ଫେରସ୍ତ ମିଳିବ ।
ନୂଆଦିଲ୍ଲୀ : ଆପଣଙ୍କ ଘରେ 10 ବର୍ଷରୁ କମ୍ ବୟସର ଝିଅ ଅଛି କି ? ଝିଅର ଭବିଷ୍ୟତ ପାଇଁ ଚିନ୍ତିତ କି ? ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଷୟରେ ଥରେ ଜାଣିରଖନ୍ତୁ । ଯାହା ଆପଣଙ୍କର ଓ ଆପଣଙ୍କ ଝିଅର ଭବିଷ୍ୟତ ପାଇଁ ଚିନ୍ତା ଦୂର କରିବ ।
କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ରହିଛି । ସେଥିମଧ୍ୟରୁ ଗୋଟିଏ ସୁକନ୍ୟା ସମୃଦ୍ଧି ଯୋଜନା । ଏହି ଯୋଜନାରେ ଆପଣ ଟଙ୍କା ନିବେଶ କଲେ ଆପଣଙ୍କୁ ଅଧିକ ଟଙ୍କା ଫେରସ୍ତ ମିଳିବ । ତେବେ କେନ୍ଦ୍ର ସରକାରଙ୍କ ଏହି ସ୍କିମ୍ କେବଳ 10 ବର୍ଷରୁ କମ୍ ଝିଅଙ୍କ ପାଇଁ । ଏହି ଯୋଜନା ଅନୁସାରେ ଆପଣ ଅତିକମରେ 250 ଟଙ୍କା ଓ ଅତିବେଶିରେ ଦେଢ ଲକ୍ଷ ଟଙ୍କାର ଏକ ଖାତା ଖୋଲିପାରିବେ । ଏହା ଆପଣଙ୍କୁ 21 ବର୍ଷ ପରେ 68 ଲକ୍ଷ ଟଙ୍କା ଫେରସ୍ତ ଦେବ ।
କେଉଁଠି ଖୋଲିବେ ଖାତା ?

ସୁକନ୍ୟା ସମୃଦ୍ଧି ଯୋଜନାରେ ଏବେ 7.67 %ର ସୁଧ ମିଳୁଛି ।
ଝିଅ 10 ବର୍ଷରୁ କମ୍ ବୟସର ହୋଇଥିବା ସମୟରେ ଏହି ଖାତା ଖୋଲିବେ । ପରେ 14 ବର୍ଷ ଯାଏଁ ଖାତାରେ ଟଙ୍କା ଜମା କରିବେ ।
21 ବର୍ଷ ପରେ ଏହି ଆପଣ କରିଥିବା ସ୍କିମ୍ ମ୍ୟାଚ୍ୟୁଏର୍ ହୋଇଯିବ । ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ଅଭିଭାବକମାନେ ଆବେଦନ ଫର୍ମ ସହ ଡାକଘରେ କିମ୍ବା ବ୍ୟାଙ୍କରେ ଝିଅର ଜନ୍ମ ପଞ୍ଜିକରଣ ସାର୍ଟିଫିକେଟ୍ ଜମା କରିବା ଆବଶ୍ୟକ । ଏହାବାଦ୍ ଝିଅର ଓ ପିତା-ମାତାଙ୍କର ପରିଚୟପତ୍ର ଯଥା ପ୍ୟାନ କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ପାର୍ସପୋର୍ଟ ଏବଂ ସ୍ଥାନୀୟ ଠିକଣା ଦେବାକୁ ପଡିବ । ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରିବା ଦ୍ୱାରା ଆୟକର ଅଧିନିୟମ ଧାରା 80ସି ଅନୁସାରେ ଟ୍ୟାକ୍ସରେ ମଧ୍ୟ ଛାଡ ମିଳିଥାଏ । ଝିଅ ବଡ ହେବା ପରେ ଏହି ଟଙ୍କା ଶିକ୍ଷା, ବାହାଘର ଆଦିରେ ସହଯୋଗ ମିଳିପାରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଟଙ୍କା 21 ବର୍ଷ ପରେ ମିଳିବ ସେଥିରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । ସେହପିରି 18 ବର୍ଷ ପରେ ଯଦି ଝିଅର ପାଠ ପଢା କିମ୍ବା ଅନ୍ୟାନ ଆବଶ୍ୟକତା ଅନୁସାରେ ଟଙ୍କା ଦରକାର ପଡେ ତେବେ ଜମା କରିଥିବା ଟଙ୍କାରୁ 50 ଶତକଡା ପର୍ଯ୍ୟନ୍ତ ଉଠାଇ ପାରିବେ । ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ରସରକାରଙ୍କ ପକ୍ଷରୁ 2015ରେ ଆରମ୍ଭ କରାଯାଇଥିଲା ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications