ଆଉ ଏକ ଖୁସି ଖବର: ଶସ୍ତା ହେବ ଖାଇବା ତେଲ !
ବେଲଗାମ୍ ଦରଦାମ୍ ସ୍ଥିତି ଭିତରେ ଜନସାଧାରଣଙ୍କ ପାଇଁ ଆଉ ଏକ ଖୁସି ଖବର । ପେଟ୍ରୋଲ ଡିଜେଲ ପରେ ଏଣିକି ଶସ୍ତା ହେବ ଖାଇବା ତେଲ ଦର ।
ନୂଆଦିଲ୍ଲୀ: ବେଲଗାମ୍ ଦରଦାମ୍ ସ୍ଥିତି ଭିତରେ ଜନସାଧାରଣଙ୍କ ପାଇଁ ଆଉ ଏକ ଖୁସି ଖବର । ପେଟ୍ରୋଲ ଡିଜେଲ ପରେ ଏଣିକି ଶସ୍ତା ହେବ ଖାଇବା ତେଲ ଦର । କେନ୍ଦ୍ର ସରକାର ଆମଦାନୀ ହେଉଥିବା ତେଲ ଉପରେ ଟିକସ ଛାଡ କରିଛନ୍ତି । ବିନା ଶୁଳ୍କରେ ୨୦ ଲକ୍ଷ ଟନ୍ ଖାଇବା ତେଲ ଆମଦାନୀ କରିବା ପାଇଁ ଅନୁମତି ମିଳିଛି ।

ପାଖାପାଖି ୨ ବର୍ଷ ପାଇଁ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି। ତେଣୁ ଭାରତୀୟ ବଜାରରେ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଦାମ୍ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି। ବାର୍ଷିକ ୨୦ ଲକ୍ଷ MT ଅଶୋଧିତ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଆମଦାନୀକୁ ଅନୁମତି ପ୍ରଦାନ କରାଯାଇଛି।
ସୋୟାବିନ୍ ଓ ସନଫ୍ଲାୱାର ତେଲ ଆମଦାନୀ ଉପରେ ଶୁଳ୍କ, କୃଷି ଓ ଭିତ୍ତିଭୂମି ବିକାଶ ଶେସ୍ ଲାଗୁ କରାଯିବ ନାହିଁ । ୨୦୨୨-୨୩ ଓ ୨୦୨୩-୨୪ ଦୁଇ ଆର୍ଥିକ ବର୍ଷ ପାଇଁ ହି ନିଷ୍ପତ୍ତି ବଳବତ୍ତର ରହିବ । ଆବଶ୍ୟକତାର ୬୦% ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଭାରତ ଆମଦାନୀ କରେ। ମୁଖ୍ୟତଃ ୟୁକ୍ରେନରୁ ସୂର୍ଯ୍ୟମୁଖି ତେଲ ଆମଦାନୀ ହୁଏ। ତେବେ ଯୁଦ୍ଧ ପାଇଁ ଅନେକ ଜିନିଷ ମହଙ୍ଗା ହେବାସହ ଏହାର ପ୍ରଭାବ ମଧ୍ୟ ପଡ଼ିଥିଲା।












Click it and Unblock the Notifications