ଆରବିଆଇ ବନ୍ଦ କଲା ସୋଭରେନ ଗୋଲ୍ଡ ବଣ୍ଡ ଯୋଜନା, ଜାଣନ୍ତୁ କାହିଁକି?
ଆରବିଆଇ ଗୋଲ୍ଡ ସ୍କିମ୍ ସୋଭରେନ ଗୋଲ୍ଡ ବଣ୍ଡ (ଏସଜିବି) ଯୋଜନା ବନ୍ଦ ହୋଇଯାଇଛି। ଗତ କିଛି ବର୍ଷ ହେଲା ସୁନା ମୂଲ୍ୟ ବଢୁଥିବାରୁ ସରକାରଙ୍କ ଲାଗି ଏହି ଯୋଜନା ଚଳାଇ ରଖିବା କଷ୍ଟକର ହୋଇପଡିଥିଲା। ତେଣୁ ଆରବିଆଇ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି।
ବୈଶ୍ୱିକ ବଜାରରେ ସୁନା ଦର ପ୍ରତି ଆଉନ୍ସ ୨,୮୦୦ ଡଲାର ପାର ହୋଇଛି। ଭାରତରେ ମଧ୍ୟ ସୁନା ୧୦ ଗ୍ରାମ ପିଛା ଦର ଏବେ ଆକାଶ ଛୁଉଁଛି। କମଡିଟି ମାର୍କେଟ ଏକ୍ସପର୍ଟଙ୍କ ଅନୁସାରେ ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତି ପରେ ସୁନା ଦର ଆହୁରି ବଢିବାର ସମ୍ଭାବନା ରହିଛି।ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୪ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ଆଗକୁ ବି ମୂଲ୍ୟ ବୃଦ୍ଧି ସମ୍ଭାବନା ରହିଛି। କମୋଡିଟି ବଜାର ବିଶେଷଜ୍ଞଙ୍କ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତାରିଫ ନିଷ୍ପତ୍ତି ପରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ।
ଏସଜିବି ଏପରି ଏକ ଯୋଜନା ଥିଲା, ଯେଉଁଥିରେ ନିବେଶକମାନଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ମିଳୁଥିଲା। ଆରବିଆଇ ୱେବସାଇଟ ଅନୁସାରେ, ଏସଜିବିର ମ୍ୟାଚୁରିଟି ୮ ବର୍ଷ ଥିଲା। ଏହାର ଧାର୍ଯ୍ୟ ସୁଧ ହାର ବାର୍ଷିକ ୨.୫ ପ୍ରତିଶତ ରହିଥିଲା।

ଏସଜିବିରୁ ମିଳୁଥିବା ସୁଧ ଉପରେ ଶୁଳ୍କ ଲାଗୁ ହେଉଥିଲା। ଏଥିରେ ଯଦି ମ୍ୟାଚ୍ୟୋରିଟି ପୂରଣ ହେଉଥିଲା କ୍ୟାପିଟାଲ ଗେନ ଟ୍ୟାକ୍ସଫ୍ରି ଲାଭ ବି ମିଳୁଥିଲା। ତେବେ ଏହି ଯୋଜନା ଏବେ ବନ୍ଦ ହୋଇସାରିଥିବାରୁ ନିବେଶକଙ୍କ ଲାଗି ସୁନାରେ ନିବେଶ ପାଇଁ ଥିବା ଏକ ବଡ ସରକାରୀ ଯୋଜନାର ସୁଯୋଗ ମଧ୍ୟ ସମାପ୍ତ ହୋଇଯାଇଛି। ଏହାର ସିଧା ଅର୍ଥ ହେଉଛି ଏବେ ସୋଭରେନ ଗୋଲ୍ଡ ବଣ୍ଡର କୌଣସି ନୂଆ କିସ୍ତି ଆଉ ଆସିବ ନାହିଁ। ପୁରୁଣା କିସ୍ତି ଯାହା ଆସି ସାରିଛି ତାହା ମ୍ୟୋଚ୍ୟୋରିଟି ପୂରଣ ହେବା ପର୍ଯ୍ୟନ୍ତ ରହିବ। ଭାରତ ସରକାର ଏହି ଯୋଜନାକୁ ୨୦୧୫ ମସିହାରେ ଆରମ୍ଭ କରିଥିଲେ।












Click it and Unblock the Notifications