Get Updates
Get notified of breaking news, exclusive insights, and must-see stories!

ଗୁଗୁଲ ଡୁଡୁଲରେ ଏସ୍ପ୍ରେଶୋ ମେସିନ ଗଡଫାଦରଙ୍କୁ ଶ୍ରଦ୍ଧାଞ୍ଜଳି

ଗୁଗୁଲ୍ କୌଣସି କିଛି ପର୍ବ ପର୍ବାଣୀ, ନଚେତ୍ ବିଶିଷ୍ଟ ବ୍ୟକ୍ତିଙ୍କୁ ଜନ୍ମଦିନ, ଜୟନ୍ତୀ କିମ୍ବା କୌଣସି ଲୋକପ୍ରିୟ ବ୍ୟକ୍ତି ଙ୍କୁ ମାନେ ପକାଇ ଏକ ଅର୍ଟିଷ୍ଟିକ ଡୁଡୁଲ ବନାଇଥାଏ। ତେବେ ଆଜି ଗୁଗୁଲ୍ ଏସପ୍ରେଶୋ କଫି ମେସିନର ସୃଷ୍ଟି କରିଥିବା ଅଞ୍ଜେଲୋ ମୋରିଆଣ୍ଡୋଙ୍କ

ନୂଆଦିଲ୍ଲୀ : ଗୁଗୁଲ୍ କୌଣସି କିଛି ପର୍ବ ପର୍ବାଣୀ, ନଚେତ୍ ବିଶିଷ୍ଟ ବ୍ୟକ୍ତିଙ୍କୁ ଜନ୍ମଦିନ, ଜୟନ୍ତୀ କିମ୍ବା କୌଣସି ଲୋକପ୍ରିୟ ବ୍ୟକ୍ତି ଙ୍କୁ ମାନେ ପକାଇ ଏକ ଆର୍ଟିଷ୍ଟିକ ଡୁଡୁଲ ବନାଇଥାଏ। ତେବେ ଆଜି ଗୁଗୁଲ୍ ଏସପ୍ରେଶୋ କଫି ମେସିନର ସୃଷ୍ଟି କରିଥିବା ଅଞ୍ଜେଲୋ ମୋରିଆଣ୍ଡୋଙ୍କ 171ତମ ଜୟନ୍ତୀ ଏକ ଦୁଡ଼ୁଲ ତିଆରି କରିଚି। ଏସପ୍ରେଶୋର ଗଡ ଫାଦର୍ 1884 ରେ ପ୍ରଥମେ ଏହି ମେସିନର ଆରମ୍ଭ କରିଥିଲେ।

espresso

ଆଞ୍ଜେଲୋ ମୋରିଅଣ୍ଡୋ କିଏ?

ଆଞ୍ଜେଲୋ ମୋରିଅନଡୋ, ଜୁନ 6 ତାରିଖ 1851 ରେ ଇଟାଲୀର ତୁରିନରେ ଏକ ଉଦ୍ୟୋଗୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମୋରିଅଣ୍ଡୋଙ୍କ ଜେଜେବାପା ଏକ ମଦ ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରିଥିଲେ । ତାଙ୍କ ପିତା ଏହି କମ୍ପାନୀର ଦାୟିତ୍ବ ଗ୍ରହଣ କରିଥିଲେ। ପରେ, ଆଞ୍ଜେଲୋ ନିଜେ ତାଙ୍କ ଭାଇ ଏବଂ ସମ୍ପର୍କୀୟଙ୍କ ସହ ଲୋକପ୍ରିୟ ଚକୋଲେଟ୍ କମ୍ପାନୀ 'ମୋରିଅଣ୍ଡୋ ଏବଂ ଗାରିଗଲିଓ' ସୃଷ୍ଟି କରିଥିଲେ ।

ମୋରିଅନାଡୋ ଦୁଇଟି ଦୋକାନ, ସହର-କେନ୍ଦ୍ର ପିୟାଜା କାର୍ଲୋ ଫେଲିସରେ 'ଗ୍ରାଣ୍ଡ-ହୋଟେଲ ଲିଗୁର' ଏବଂ ରୋମାରେ ଗାଲେରିଆ ନାଜିଓନାଲେରେ 'ଆମେରିକୀୟ ବାର୍' କିଣିଥିଲେ । ମୋରିନାଡୋ ସମୟରେ ଇଟାଲୀରେ କଫି ଅତ୍ୟନ୍ତ ଲୋକପ୍ରିୟ ଥିଲା । ଅବଶ୍ୟ, ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ କାରଣ କଫି ପ୍ରସ୍ତୁତ ହେବା ପାଇଁ ସେମାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଥିଲା ।

1884ରେ ପ୍ରଥମେ ଆସିଲା ଏସପ୍ରେଶୋ ମେସିନ୍:

ଗୁଗୁଲ କହିଛି ଯେ ମୋରିଅଣ୍ଡୋ ଭାବିଥିଲେ ଯେ ଏକାଥରକେ ଅନେକ କପ୍ କଫି ଦେଇ ଅଧିକ ଗ୍ରାହକଙ୍କୁ ସେବା କରିପାରିବେ । ଏଥିସହ ତାଙ୍କୁ ପ୍ରତିଯୋଗୀମାନଙ୍କଠାରୁ ଆଗକୁ ବଢିପାରିବେ । 1884 ମସିହାରେ ତୁରିନ୍‌ର ଜେନେରାଲ୍ ଏକ୍ସପୋରେ ମୋରିଅଣ୍ଡୋ ତାଙ୍କର ଏସପ୍ରେସୋ ମେସିନ୍ ଉପସ୍ଥାପନ କରିଥିଲେ । ଉପସ୍ଥାପନା ପୂର୍ବରୁ, ସେ ଯନ୍ତ୍ରକୁ ଯାନ୍ତ୍ରିକ ତତ୍ତ୍ୱାବଧାନରେ ରଖିଥିଲେ । ଜେନେରାଲ ଏକ୍ସପୋରେ ଏହାକୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା ।

ମେସିନରେ ଏକ ବଡ଼ ବଏଲର ଥିଲା ​​ଯାହା ଗରମ ପାଣି ସହିତ କଫି ପ୍ରସ୍ତୁତ କରିଥାଏ । ଅକ୍ଟୋବର 23, 1885 ରେ ପ୍ୟାରିସରେ ପଞ୍ଜୀକରଣ ପରେ ଏକ ଆନ୍ତର୍ଜାତୀୟ ପେଟେଣ୍ଟ ଦ୍ୱାରା ଏହି ଉଦ୍ଭାବନ ନିଶ୍ଚିତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+