ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର : ଜାଣନ୍ତୁ ଆଜି କେତେ ଅଛି ରେଟ୍
କମିଛି ସୁନା, ରୂପା ଦର । ଗତକାଲି ୨୪ ଓ ୨୨ କ୍ୟାରେଟ୍ ସୁନା ଦର ବୃଦ୍ଧି ହୋଇଥିବାବେଳେ ଆଜି ସୁନା ଦର ହ୍ରାସ ପାଇଛି । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୧, ୪୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨,୯୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦,୦୧,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୯୨, ୨୯୦ ଟଙ୍କାକୁ ପହଞ୍ଚିଛି ।
ସୋମବାର ଦିନ, MCX ରେ 99.9 ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ 1409 ଟଙ୍କା (1.38%) ହ୍ରାସ ପାଇ 1,00,389 ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏହା ବାଣିଜ୍ୟ ସମୟରେ 1,01,199 ଟଙ୍କାରେ ପହଞ୍ଚିଥିଲା। MCX ରେ ସୁନାର ଜୀବନକାଳୀନ ସର୍ବୋଚ୍ଚ ମୂଲ୍ୟ ପ୍ରତି 10 ଗ୍ରାମ 1,02,250 ଟଙ୍କା ଏବଂ ଏହା ତୁଳନାରେ, ସୁନାର ମୂଲ୍ୟ 1861 ଟଙ୍କା କମ୍ । ସୋମବାର ପରେ, ଆଜି ମଙ୍ଗଳବାର ମଧ୍ୟ ଫ୍ୟୁଚର୍ସ ଟ୍ରେଡିଂରେ ସୁନା ଲାଲ ଚିହ୍ନରେ କାରବାର ଆରମ୍ଭ କରିଛି ।













Click it and Unblock the Notifications