Gold Rate: ସୁନା କିଣିବାକୁ ଭାବୁଛନ୍ତି କି ? ସୁନା ଦରରେ ହେଲା ସାମାନ୍ୟ ପରିବର୍ତ୍ତନ
ଭୁବନେଶ୍ୱର: ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ କେତେ ରହିଛି ଆଜିର ଦର । ଆଜି ଭାରତୀୟ ବଜାରରେ ସୁନାର ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ୨୨ କ୍ୟାରେଡ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୨୫୦ ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୯,୨୭୦ଟଙ୍କା ରହିଛି ।

ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୫୪,୯୮୦ ଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୯,୯୮୦ଟଙ୍କା ହୋଇଛି ।
ଅନ୍ୟପଟେ ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସାମାନ୍ୟ ବଢ଼ିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୯୮୦ ଟଙ୍କା ଓ ୫୯,୯୮୦ ଟଙ୍କା ଥିବା ରେକର୍ଡ ହୋଇଛି । ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୩୦ ଟଙ୍କା ଓ ୬୦, ୧୩୦ଟଙ୍କା ରହିଛି ।
ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୯୮୦ ଟଙ୍କା ଓ ୫୯,୯୮୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୭,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।












Click it and Unblock the Notifications