ପୁଣି ଶସ୍ତା ହେଲା ସୁନା ରୂପା ମୂଲ୍ୟ ,ଜାଣନ୍ତୁ ଆଜିର ବଜାର ଦର
ସୁନା ଏବଂ ରୂପାର ଦରରେ ବୁଧବାରରେ ହ୍ରାସ ଦେଖିବାକୁ ମିଳିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ପଶ୍ଚିମ ଏସିଆରେ ସୁନା ଦର କମିଯାଇଛି। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୯ ହଜାର ୨୧୦ ଟଙ୍କାରେ ବିକ୍ରି ହେଉଛି। ଗତକାଲି ଏହାର ମୂଲ୍ୟ ୧,୦୦,୬୮୦ ଟଙ୍କା ଥିଲା। ଏଥିସହ ୨୨ କ୍ୟାରେଟ ସୁନା ଦର ୯୦ ହଜାର ୯୪୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୪ ହଜାର ୪୧୦ ଟଙ୍କାରେ ବିକ୍ରି ହେଉଛି।
ଆଜି ରୂପା ଦର କିଲୋଗ୍ରାମ ପିଛା୧,୦୮,୯୦୦ ଟଙ୍କାରେ ରହିଛି। ଗୋଟିଏ ଦିନ ପୂର୍ବରୁ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୧,୦୯,୦୦ ଟଙ୍କା ଥିଲା। ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଆଜି ୧୦ ଗ୍ରାମ ପିଛା ୯୯ ହଜାର ୩୬୦ ଟଙ୍କାରେ ବିକ୍ରି ହେଉଛି। ସେହି ପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୧ ହଜାର ୦୯୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୪ ହଜାର ୫୩୦ ଟଙ୍କାରେ କାରବାର ହେଉଛି।

ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮ ହଜାର ୯୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୦ ଗହାର ୭୦୦ ଟଙ୍କାରେ ବିକ୍ରି ହେଉଛି। ୧୮ କ୍ୟାରେଟ ସୁନା ଦର ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୭୪ ହଜାର ୨୧୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଆଜି ଭୁବନେଶ୍ୱରରେ ରୂପା ଦର କିଲୋଗ୍ରାମ ପିଛା ୧,୧୮,୦୦୦ ଟଙ୍କା ରହିଛି।












Click it and Unblock the Notifications