ରକେଟ୍ ବେଗରେ ବଢ଼ୁଛି ସୁନା ଦର, ୨୨ କ୍ୟାରେଟକୁ ଛୁଇଁଲା ୧,୦୧,୩୦୦ ଟଙ୍କା
ଆଉ କିଣିହେବନି ସୁନା । ସେପଟେମ୍ବର ମାସର ୯ ଦିନରେ ସୁନା ୫ ହଜାର ମହଙ୍ଗା । ପାର୍ବଣ ପୂର୍ବରୁ ହୁ ହୁ ହୋଇ ବଢୁଛି ସୁନା ଦର। । ପ୍ରଥମ ଥର ପାଇଁ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧ଲକ୍ଷ ଟଙ୍କା ଟପି ୧ଲକ୍ଷ ୧ହଜାର ୧୦୦ଟଙ୍କାରେ ପହଞ୍ଚିଛି । ଏହି ଦାମ ଆହୁରି ବଢ଼ିପାରେ ବୋଲି ମଧ୍ୟ ଆକଲନ କରାଯାଉଛି । ଆଜି ୨୪ କ୍ୟାରେଟ ସୁନା ୧ ଲକ୍ଷ ୧୦ହଜାର ୨୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧ଲକ୍ଷ ୧ହଜାର ୧୦୦ ଟଙ୍କାରେ ପହଞ୍ଚିଛି ।
ପୂର୍ବରୁ ୨୪ କ୍ୟାରେଟ୍ ଗୋଲ୍ଡ ୧ଲକ୍ଷ ଛୁଇଁଥିବା ବେଳେ ଏବେ ୨୨କ୍ୟାରେଟ୍ ବି ହୋଇଛି ୧ଲକ୍ଷ । ଭାରତରେ ମୁଖ୍ୟତଃ ମହିଳା ମାନଙ୍କର ଗରଣା କିଣିବା ପ୍ରତି ଅଧିକ ସଉକ ଥାଏ । ବିଭିନ୍ନ ପର୍ବପର୍ବାଣୀରେ ଘରକୁ ସୁନା କିଣାଯାଏ । ଘରେ ବାହାଘର ବ୍ରତଘରରେ ମଧ୍ୟ ସୁନା ଉପହାର ଭାବେ ଦିଆଯାଏ । ହେଲେ ବର୍ତ୍ତମାନ ରକେଟ୍ ବେଗରେ ବଢ଼ୁଥିବା ସୁନାର ଦାମକୁ ଦେଖି ବାହାଘରରୁ ସୁନା ଗାଏବ୍ ହେବ ବୋଲି ଚର୍ଚ୍ଚା ହେଉଛି ।

ତେବେ କେବଳ ସୁନା ନୁହେଁ ଧଳା ଧାତୁ ରୁପାର ଦାମରେ ବି ବ୍ରେକ୍ ଲାଗୁନି। ଏକ କେଜି ରୁପାର ଦାମ ୮୮ ହଜାର ୪୦୦ରେ ପହଞ୍ଚିଛି । ଯାହା କି ବର୍ତ୍ତମାନର ସବୁଠାରୁ ଅଧିକ । ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ମଧ୍ୟରେ ସୁନା ଦର ୩୦ହଜାରରୁ ଅଧିକ ବଢ଼ିଲାଣି । ସୁନା ଦର ବଢ଼ିବାର ୫ଟି ପ୍ରମୁଖ କାରଣ ହେଉଛି ଟ୍ରମ୍ପଙ୍କ ଅନିଶ୍ଚିତ ଟାରିଫ ନୀତି । ବାଣିଜ୍ୟ ଯୁଦ୍ଧ ଡରରେ ଲୋକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି ।












Click it and Unblock the Notifications