ଏ ବର୍ଷ ସୁନା ଟପିବ ୯୦ହଜାର

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୨୪ ବର୍ଷକୁ ହ୍ରାସ ସହ ଶେଷ କରିଛି। ଡିସେମ୍ବର ୩୧ରେ ସେନ୍‌ସେକ୍ସ ୧୦୯ ପଏଣ୍ଟ ହ୍ରାସ ପାଇ ୭୮୧୩୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ବିନା ପରିବର୍ତ୍ତନରେ ୨୩,୬୪୪ ପଏଣ୍ଟରେ ବନ୍ଦ ହୋଇଛି। ୨୦୨୪ ବର୍ଷ ସାରାରେ ସେନ୍‌ସେକ୍ସ ୮୮୦୯ ପଏଣ୍ଟ ବୃଦ୍ଧି ପାଇଛି। ଏହାର ସର୍ବୋଚ୍ଚ ସ୍ତର ଥିଲା ୮୫,୯୭୮ ପଏଣ୍ଟ। ୨୦୨‌୫ରେ ବଜାର ପ୍ରବେଶ କରୁଥିବା ବେଳେ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ସେନ୍‌ସେକ୍ସ ଏହି ବର୍ଷ ୯୦ ହଜାର ପଏଣ୍ଟ ଅତିକ୍ରମ କରିବ।

gold

ଅନ୍ୟ ପକ୍ଷରେ ୨୦୨୪ରେ ଚମତ୍କାର ୨୬ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରିଥିବା ସୁନା ୨୦୨୫ରେ ମଧ୍ୟ ଭଲ ରିଟର୍ଣ୍ଣ ଦେବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ୨୦୨୫ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୯୦ ହଜାର ଟଙ୍କାରେ ପହଞ୍ଚିବ ବୋଲି କୁହାଯାଉଛି। ସେହିପରି, ୨୦୨୪ରେ ୩୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଥିବା ରୁପାର କେଜି ପିଛା ଦାମ୍ ୧.୧ ଲକ୍ଷ ଟଙ୍କା ହେବା ଆକଳନ କରାଯାଇଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୯,୩୫୦ ଟଙ୍କା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+