Get Updates
Get notified of breaking news, exclusive insights, and must-see stories!

ଗ୍ରାହକଙ୍କ ବଢିଲା ଚିନ୍ତା, ସୁନା ଓ ରୂପା ଦର ବୃଦ୍ଧି

ପୁଣିଥରେ ବଢ଼ିଲା ଉଭୟ ସୁନା ଓ ରୂପାର ଦାମ। ଅନ୍ତର୍ଜାତୀୟ ବଜାରରେ ସୁନାର ଓ ରୂପାର ଦାମ ବଢ଼ିଥିବାରୁ ଏହାର ପ୍ରଭାବ ଭାରତର ମାର୍କେଟ ଉପରେ ପଡ଼ିଛି। ଆଜି ରାଜଧାନୀ ଦିଲ୍ଲୀରେ ସୁନାର ଦାମ 592 ଟଙ୍କା ମହଙ୍ଗା ହୋଇଛି।

ନୂଆଦିଲ୍ଲୀ: ପୁଣିଥରେ ବଢ଼ିଲା ଉଭୟ ସୁନା ଓ ରୂପାର ଦାମ। ଅନ୍ତର୍ଜାତୀୟ ବଜାରରେ ସୁନାର ଓ ରୂପାର ଦାମ ବଢ଼ିଥିବାରୁ ଏହାର ପ୍ରଭାବ ଭାରତର ମାର୍କେଟ ଉପରେ ପଡ଼ିଛି। ଆଜି ରାଜଧାନୀ ଦିଲ୍ଲୀରେ ସୁନାର ଦାମ 592 ଟଙ୍କା ମହଙ୍ଗା ହୋଇଛି। ଫଳରେ 10 ଗ୍ରାମ ସୁନାର ଦାମ 51,750 ଟଙ୍କାରେ ପହଞ୍ଚି ଯାଇଛି। ଦିନକ ପୂର୍ବରୁ ଦିଲ୍ଲୀରେ 10 ଗ୍ରାମ ସୁନାକୁ ଗ୍ରାହକ 51,158 ଟଙ୍କାରେ କିଣିଥିଲେ। ଦର ବୃଦ୍ଧି ନେଇ ଏଚଡିଏଫସି ସିକ୍ୟୁରିଟିଜ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

gold price

ସେହିପରି ରୂପାର ଦାମ ମଧ୍ୟ କେଜି ପିଛା 1335 ଟଙ୍କା ବଢ଼ିଛି। ବର୍ଦ୍ଧିତ ଦାମ ପରେ ଦିଲ୍ଲୀରେ ଗୋଟିଏ କେଜି ରୂପାର ଦାମ 56,937ରେ ପହଞ୍ଚିଛି। ଗତକାଲି ରୂପା କେଜି ପିଛା 55,602 ଟଙ୍କାରେ ବିକ୍ରି ହେଉଥିଲା। ଅନ୍ତର୍ଜାତୀୟ ବଜାରରେ ଗୋଟିଏ ଆଉନ୍ସ ସୁନାର ଦାମ 1747 ଡଲାର ଓ ରୂପା ଆଉନ୍ସ ପିଛା 18.38 ଡଲାର ବୋଲି ଟ୍ରେଣ୍ଡିଂ କରୁଛି। ଏହି କାରଣରୁ ଭାରତରେ ଉଭୟ ରୂପା ଏବଂ ସୁନାରେ ଦର ବୃଦ୍ଧି ପାଇଛି ।

"ଡଲାର ସୂଚକାଙ୍କରେ ଦୁର୍ବଳତା ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ଏମସିଏକ୍ସ ସୁନା ମୂଲ୍ୟ ଆହୁରି ବଢିବ ବୋଲି ଆଶା କରାଯାଉଛି। ରୂପା ମୂଲ୍ୟ ସୁନା ମଧ୍ୟ ବୃଦ୍ଧି ହୋଇଥିବା ନେଇ ଆଇସିଆଇସିଆଇ ଡାଇରେକ୍ଟ ରିସର୍ଚ୍ଚ ଏହାର ରିପୋର୍ଟରେ କହିଛି। ଏଥିସହ ନିବେଶକମାନେ ଆମେରିକା ଠାରୁ ଜିଡିପି ଏବଂ ବେକାରୀ ତଥ୍ୟ ନେଇ ପୂର୍ବରୁ ସତର୍କ ରହିବେ । ''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+