ବଜାରରେ ସୁନା ଓ ରୁପା ଦର ଆକାଶଛୁଆଁ, ଜାଣନ୍ତୁ ଆଜି କେତେ ରହିଛି ସୁନା ଦର.....

ଭୁବନେଶ୍ବର ବଜାରରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧୬୪୦ ଟଙ୍କା ମହଙ୍ଗା ହୋଇ ୧ ଲକ୍ଷ ୪ ହଜାର ୯୫୦ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୫୦୦ ଟଙ୍କା ବଢ଼ି ୯୬ ହଜାର ୨୦୦ ଟଙ୍କା ଛୁଇଁଛି। ସୁନା ଦର ଲଗାତାର ଗତ ୫ ଦିନ ହେଲା ବଢ଼ିଚାଲିଛି।

ଏହି ସମୟ ମଧ୍ୟରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୩୪୦୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ଦର ୩୧୫୦ ଟଙ୍କା ମହଙ୍ଗା ହୋଇଛି। ଅନ୍ୟପକ୍ଷରେ ରୁପା ଦର ଆଜି କିଲୋଗ୍ରାମ ପିଛା ୧୧୦୦ ଟଙ୍କା ବୃଦ୍ଧି ପାଇ ୧,୩୧,୦୦୦ରେ ରହିଛି। ପୂର୍ବରୁ ଗତ ୨୫ ତାରିଖରେ ମଧ୍ୟ ରୁପା ଦର ଏହି ସ୍ତରରେ ରହିଥିଲା।

gold

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧, ୦୪,୯୫୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୬ ହଜାର ୨୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୦୫,୧୦୦ ଟଙ୍କା ଓ ୨୨ କ୍ୟାରେଟ୍ ୯୬, ୩୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୦୪,୯୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୬ ହଜାର ୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୦୪,୯୫୦ ଓ ୯୬ ହଜାର ୨୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୨୧,୦୦୦ ଟଙ୍କା ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+