ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଆସିଲା ବଡ଼ ଖବର, ଦେଶର GDP ୭.୮% ଗତିରେ ଦୌଡ଼ିଲା
ଆଉ କିଛି ସମୟର ଅପେକ୍ଷା । ଦେଶରେ ଲୋକସଭା ନିର୍ବାଚନ ଲାଗି ଶେଷ ପର୍ଯ୍ୟାୟ ମତଦାନ ହେବ । ବର୍ତ୍ତମାନ ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ମାର୍ଚ୍ଚ କ୍ୱାର୍ଟର୍ରରେ ଦେଶର ଜିଡିପି ୭.୮% ରହିଛି । ୨୦୨୩-୨୪ ଆର୍ôଥକ ବର୍ଷରେ ଜିଡିପି ଭଲ ପ୍ରଦର୍ଶନ କରିଥିବାରୁ ୨୦୨୪ରେ ଏହା ୮.୨% ରହିବ ବୋଲି ଆକଳନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜିଡିପି ଅଭିବୃଦ୍ଧି ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଇଛି । ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜିଡିପି ୭.୮% ବୃଦ୍ଧି ପାଇଥିବା ବେଳେ ଗତବର୍ଷ ସମାନ ସମୟରେ ଏହା ୬.୧% ରହିଥିଲା । ସେହିପରି ଏହାର ପୂର୍ବ ବର୍ଷରେ ମାର୍ଚ୍ଚ କ୍ୱାର୍ଟରରେ ଜିଡିପି ୮.୪% ରହିଥିଲା ।

ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ଶୁକ୍ରବାର ଜାରି ଡାଟା ଅନୁସାରେ ୨୦୨୪ ମାର୍ଚ୍ଚ ୩୧ରେ ଶେଷ ତ୍ରୈମାସରେ ଭାରତର ଜିଡିପି ବୃଦ୍ଧି ଆରବିଆର ଅନୁମାନ ୬.୯ ପ୍ରତିଶତଠାରୁ ଅଧିକ ରହିଛି । ପାୱାର ଏବଂ ଷ୍ଟିଲ୍ ଉତ୍ପାଦନରେ ଅଭିବୃଦ୍ଧି ଯୋଗୁଁ ଭାରତର କୋର୍ ସେକ୍ଟର ଡାଟାରେ ସୁଧାର ହୋଇଛି । କୋର୍ ସେକ୍ଟରର ୮ ପ୍ରମୁଖ କ୍ଷେତ୍ରରେ ଏପ୍ରିଲରେ ୬.୨ ପ୍ରତିଶତର ବୃଦ୍ଧି ରେକର୍ଡ ହୋଇଛି ।
ମାର୍ଚ୍ଚରେ କୋଇଲା ଉତ୍ପାଦନ ୮.୭ ପ୍ରତିଶତ ଏବଂ ପାୱାର ଉତ୍ପାଦନ ୮.୬ ପ୍ରତିଶତ ବଢିଛି । ଉଲ୍ଲେଖଯୋଗ୍ୟ ଯେ ୮ ପ୍ରମୁଖ କ୍ଷେତ୍ରରେ କୋଇଲା, ତେଲ, ପ୍ରାକୃତିକ ଗ୍ୟାସ, ବିଜୁଳି, ରିଫାଇନାରୀ ସାମଗ୍ରୀ, ଷ୍ଟିଲ୍, ସିମେଣ୍ଟ ଏବଂ ସାର ସାମିଲ ରହିଛି












Click it and Unblock the Notifications