ଆମେରିକା ଆଣିଲା ଆଦାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ , ଏହି କାମ ପାଇଁ ଦେଇଥିଲେ ୨୬୫ ମିଲିୟନ୍ ଡଲାରର ଲାଞ୍ଚ
ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଆମେରିକାରେ ଲାଗିଛି ବଡ ଝଟ୍କା । ତାଙ୍କ ଉପରେ ଅଭିଯୋଗ ଆସିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଦେଇଛି ଧୋକ୍କା । ଆମେରିକାରେ ତାଙ୍କ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି।
ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ ଏକ ସଂସ୍ଥା ସହିତ ଜଡିତ । ବୁଧବାର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ଅଧିକାରୀ ତଥା ଅନ୍ୟ ଏକ ସଂସ୍ଥା ଆଜୁର୍ ପାୱାର୍ ଗ୍ଲୋବାଲ ଲିମିେଟେଡର କାର୍ଯ୍ୟନିର୍ବାହୀ ସିରିଲ କାବାନ୍ସଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି ।
ରିପୋର୍ଟରେ କୁହାଯାଇଛି ଯେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର, ଅନ୍ୟ ୭ଜଣ ଅଭିଯୁକ୍ତଙ୍କ ସହିତ, ସେମାନଙ୍କର ଅକ୍ଷୟ ଶକ୍ତି କମ୍ପାନୀ ପାଇଁ ଚୁକ୍ତିନାମା ପାଇବା ଏବଂ ଭାରତର ସର୍ବ ବୃହତ ସୌର ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର୍ ଲାଞ୍ଚ ଦେଇଥିଲେ।

ଦାବି କରାଯାଉଛି ଯ, ଏ ସମଗ୍ର ମାମଲା କୋଟି କୋଟି ଡଲାରର ଲାଭ ସହ ଜଡିତ। ରିପୋର୍ଟରେ କୁହାଯାଇଛି ଯେ, ଏହି ଚୁକ୍ତିନାମା ମାଧ୍ୟମରେ ଆଦାନୀ ଗ୍ରୁପ୍ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରରୁ ଅଧିକ ଲାଭ ପାଇବ ବୋଲି ଆଶା କରିଥିଲା। ଅଭିଯୋଗ ହୋଇଛି ଯେ ୨୦୨୦ ରୁ ୨୦୨୪ ମଧ୍ୟରେ ଅଧିକାରୀମାନଙ୍କୁ ଏହି ଲାଞ୍ଚ ଦିଆଯାଇଥିଲା।
ଏହା ସହିତ, ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଏହି ଲାଭ ପାଇଁ ଆମେରିକା ସମେତ ଅନ୍ୟ ଦେଶର ନିବେଶକ ଏବଂ ବ୍ୟାଙ୍କଗୁଡିକ ମିଛ କହି ଠକିଥିଲା ଆଦାନୀ ଗ୍ରୁପ। ଆଦାନୀ ଗ୍ରୀନ ଏନର୍ଜିର ଅନ୍ୟ ଜଣେ କର୍ମଚାରୀ, ପୂର୍ବତନ ସିଇଓ ବିନିତ ଜୈନ ଋଣଦାତା ଓ ନିବେଶକଙ୍କଠାରୁ ନିଜ ଦୁର୍ନୀତିକୁ ଲୁଚାଇବା ପାଇଁ ୩ ବିଲିୟନ ଡଲାରରୁ ଅଧିକ ଋଣ ଏବଂ ବଣ୍ଡ ସଂଗ୍ରହ କରିଥିଲେ ବୋଲି ଦାବି ହୋଇଛି।












Click it and Unblock the Notifications