ଦ୍ୱିତୀୟ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର : ମୋବାଇଲରେ ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି ପାଇଛି
ଭୁବନେଶ୍ୱର : ପାଞ୍ଚଟି ରାଜ୍ୟର ନିର୍ବାଚନର ଫଳାଫଳ ବାହାରିବା ମାତ୍ରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି ପାଇଛି । ଆଜି ରାଜଧାନୀ ଦିଲ୍ଲୀରେ ଯେଉଁଠାରେ ଲିଟର ପିଛା 19 ପଇସା ମହଙ୍ଗା ହୋଇଛି, ଡିଜେଲର ମୂଲ୍ୟ 21 ପଇସା ବୃଦ୍ଧି ପାଇଥିବାବେଳେ ମଙ୍ଗଳବାର ଦିନ ପେଟ୍ରୋଲ ମୂଲ୍ୟ 15 ପଇସା ଏବଂ ଡିଜେଲ 18 ପଇସା ବୃଦ୍ଧି ହୋଇଥିଲା । ଏଠାରେ ସୂଚନାଥାଉକି, ପ୍ରତିଦିନ ସକାଳ 6 ଟାରେ ନୂଆ ମୂଲ୍ୟ ଜାରି କରାଯାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର 91 ଟଙ୍କା 27 ପଇସା, କଟକରେ 91.61 ଟଙ୍କା ଓ ସମ୍ବଲପୁରରେ 91.78 ଟଙ୍କା ରହିଛି ।
ଏହିପରି ଜାଣନ୍ତୁ ପେଟ୍ରୋଲ ଏବଂ ଡିଜେଲ ଦର













Click it and Unblock the Notifications