ଉପରମୁହାଁ ତୈଳ ଦର, ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ
ତୈଳ କମ୍ପାନୀମାନେ ପୁଣି ଆଜି ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିଛନ୍ତି । ଡିଜେଲ୍ ଲିଟର ପିଛା ୧୮ ପଇସା ଏବଂ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: ଅସହ୍ୟ ହେଲାଣି ତେଲ ତାତି । ଟାଙ୍କିକୁ ଗଲେ ପକେଟ ଫାଙ୍କା କରି ଦେଉଛି ପେଟ୍ରେଲ । ପ୍ରତିଦିନ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢି ଦାମ । ତୈଳ କମ୍ପାନୀମାନେ ପୁଣି ଆଜି ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିଛନ୍ତି । ଡିଜେଲ୍ ଲିଟର ପିଛା ୧୮ ପଇସା ଏବଂ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୩୫ ପଇଷା ବୃଦ୍ଧି ପାଇ ଲିଟର ପ୍ରତି ୯୯.୫୧ ଟଙ୍କାରେ ପହଂଚିଛି । ସେହିଭଳି ଡିଜେଲ ଦର ୧୮ ପଇସା ବୃଦ୍ଧି ପାଇ ୮୯.୩୬ ରେ ପହଂଚିଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲ ୧୦୦.୪୪ ଟଙ୍କା ପ୍ରତି ଲିଟର ଓ ଡିଜେଲ ପ୍ରତି ଲିଟରର ଦାମ ୯୩.୯୧ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ଲିଟର ୯୯.୪୫ ଟଙ୍କା ରହିଛି ଓ ଡିଜେଲ ୯୨.୨୭ ଟଙ୍କା । ହେଲେ ଦ୍ୱିତୀୟ ମେଟ୍ରୋସିଟି ମୁମ୍ବାଇରେ ପେଟ୍ରୋଲ ୧୦୫.୫୮ ଟଙ୍କାରେ ପହଂଚିଛି ।
ସେହିପରି ଓଡିଶାର ଅନେକ ସ୍ଥାନରେ ମଧ୍ୟ ପେଟ୍ରୋଲ ଦର ୧୦୦ ଉପରେ ରହିଛି । ରାଜଧାନୀ ଭୁବନେଶ୍ବର ଓ କଟକରେ ମଧ୍ୟ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ପେଟ୍ରୋଲ । ସୂଚନାଥାଉ କି, ମେ ମାସରୁ ଜୁଲାଇ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ପାଖା ପାଖି ୧୦ ଟଙ୍କା ବୃଦ୍ଧି ହୋଇଛି । ଏହାସହ ଡିଜେଲ ଲିଟର ପିଛା ବି ୬୦ ଦିନ ମଧ୍ୟରେ ୮.୬୩ ପଇସା ବୃଦ୍ଧି ହୋଇଛି ।












Click it and Unblock the Notifications