ଆରିବିଆଇରୁ ମିଳିଲା ମଞ୍ଜୁରୀ, ଏଣିକି ଫ୍ଲିପ୍କାର୍ଟ ଦେବ......
ଋଣ ବାଣ୍ଟିବ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ। ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛି। ଅର୍ଥାତ ଆରବିଆଇ ପକ୍ଷରୁ ଫ୍ଲିପକାର୍ଟକୁ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(NBFC)ର ଲାଇସେନ୍ସ ପ୍ରଦାନ କରିଛି। ଏହାଫଳରେ ଫ୍ଲିପକାର୍ଟ ନିଜ ଇ-କମର୍ସ ପ୍ଲାଟଫର୍ମରେ ସିଧାସିଳଖ ଋଣ ଦେଇପାରିବ।
ଫ୍ଲିପକାର୍ଟ କମ୍ପାନୀ ପୂର୍ବରୁ ନିଜ ଇ-କମର୍ସ ସାଇଟ୍ରେ ତୃତୀୟ ପକ୍ଷ ଆର୍ଥିକ ଅନୁଷ୍ଠାନ ଜରିଆରେ 'ବାୟ ନାଓ, ପେ ଲାଟର' ଏବଂ ଇଏମଆଇ ଭଳି ସୁବିଧା ଯୋଗାଇ ଦେଉଥିଲା। ଏବେ ଏନବିଏଫସି ଲାଇସେନ୍ସ ସହିତ କମ୍ପାନୀ ବିନା କୌଣସି ତୃତୀୟ ପକ୍ଷ ଆର୍ଥିକ ଅନୁଷ୍ଠାନ ଉପରେ ନିର୍ଭର ନ କରି ନିଜେ ସ୍ଵାଧୀନ ଭାବେ ଋଣ ଦେବାର ସୁବିଧା ପ୍ରଦାନ କରିବ।

ଏହାଦ୍ଵାରା ଫ୍ଲିପକାର୍ଟ ନିଜର ବଡ଼ ପ୍ରତିଦ୍ଵନ୍ଦ୍ଵୀ ଆମାଜନକୁ କଡ଼ା ଟକ୍କର ଦେଇପାରିବ। କାରଣ ଆମାଜନ ଭାରତରେ ଆର୍ଥିକ ସେବା ପ୍ରଦାନ କ୍ଷେତ୍ରରେ ପାଦ ରଖିସାରିଛି।












Click it and Unblock the Notifications