Union Budget 2021: ସ୍ୱାସ୍ଥ୍ୟ କ୍ଷେତ୍ରରେ ୬୪ ହଜାର ୧୮୪ କୋଟିର ବ୍ୟୟବରାଦ
ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ । ଭିତ୍ତିଭୂମି ବିକାଶ ପାଇଁ ୬୪ ହଜାର ୧୮୪ କୋଟିର ବ୍ୟୟବରାଦ ହୋଇଛି ।
ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ଚଳିତ ବର୍ଷର କେନ୍ଦ୍ର ବଜେଟ । ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ । ଭିତ୍ତିଭୂମି ବିକାଶ ପାଇଁ ୬୪ ହଜାର ୧୮୪ କୋଟିର ବ୍ୟୟବରାଦ ହୋଇଛି । ସେହିପରି WHOର ଦକ୍ଷିଣ ଏସୀୟ ଶାଖା ସ୍ଥାପନ ପାଇଁ ବ୍ୟବସ୍ଥା ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ସୂଚନାଥାଉ କି, ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ରେ ୬ଟି ସ୍ତମ୍ବ ଉପରେ ପ୍ରାସ୍ତାବ ଦିଆଯାଇଛି।

ସେଥିମଧ୍ୟରୁ ପ୍ରଥମ ସ୍ତମ୍ବ ରହିଛି ସ୍ୱାସ୍ଥ୍ୟ ସେବା ଓ କଲ୍ୟାଣ। ଚଳିତ ବର୍ଷ ମୋଦି ସରକାର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଇଥିବା କହିଛନ୍ତି ଅର୍ଥମନ୍ତ୍ରୀ। ଏହାପରେ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା ହୋଇଛି। ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ସେହିପରି ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର । ଦେଶରେ ୧୫ଟି ହେଲ୍ଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ । ସ୍ୱଚ୍ଛ ପାନୀୟ ଜଳ ପାଇଁ ୨.୮୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି । କରୋନା ଭ୍ୟାକସିନ ଉତ୍ପାଦନ ପାଇଁ ୩୫ ହଜାର କୋଟି ବ୍ୟୟବରାଦ ହୋଇଛି ।












Click it and Unblock the Notifications